ଜିଲ୍ଲାସ୍ତରୀୟ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନ ପୁନର୍ଗଠିତ..

ଗଜପତି(ପ୍ରବୀଣ କୁମାର୍ ଲିମା): ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏକ୍ସ କ୍ୟାଡ଼ର ସଂଗଠନର ଏସଓପି ଓ ଗଜପତି ଜିଲ୍ଲାରେ ଏହାର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥଲା । ଶେଷରେ ସର୍ବ ସମ୍ମତି କ୍ରମେ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସଭାପତି ଭାବେ ଶ୍ରୀ ଅମୂଲ୍ୟ କୁମାର ପାତ୍ର, ସଂପାଦକ ଭାବେ ଶ୍ରୀ ଜିତେନ୍ଦ୍ର କୁମାର ପାଣି, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଦିବାକର ନାୟକ, ମହାସଚିବ ଭାବେ ଶ୍ରୀ ରଜନୀକାନ୍ତ ପାତ୍ର ପ୍ରମୁଖ ମନୋନୀତ ହୋଇଥିଲେ ।