ଦାରିଙ୍ଗବାଡିରେ ତ୍ରିରଙ୍ଗା ଶୋଭାଯାତ୍ରା, ଅପରେସନ ସିନ୍ଦୁରର ସଫଳତା ଗର୍ବ କରୁଛନ୍ତି ଜନତା…

ଦାରିଙ୍ଗବାଡ଼ି(ଆଶୋକ ସିଂ): ପହଲଗାମରେ ନିରସ୍ତ୍ର ପର୍ଯ୍ୟଟକ ମାନଙ୍କୁ ଆତଙ୍କବାଦୀମାନେ  ହତ୍ୟା କରିଥିବା ପ୍ରତିବାଦରେ ଭାରତ ପକ୍ଷରୁ “ଅପରେସନ ସିନ୍ଦୂର ” ଜରୀଆରେ ପାକିସ୍ଥାନୀ ଆତଙ୍କୀମାନଙ୍କୁ ତା’ରି ଭାଷାରେ ଜବାବ ଦେଇଥିଲା । ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍‌ ଓ ଅନେକ କିଛି କ୍ଷତି ହୋଇଥିଲା ଓ ଏଥିରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଥିଲା । ଏହି ଅପରେସନ ସହିଦ ହୋଇଥିବା ବୀର ଯବାନମାନଙ୍କୁ ସମ୍ମାନ ଦିଆଯିବା ସହ ଭାରତର ଏହି ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା ଚାରିଆଡ଼େ ଅନୁଷ୍ଠିତ ହେଉଥିବା ବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ଚାରି ଛକ, ବଜାର, ତିନିଛକ,ଲକ୍ଷ୍ମୀବଜାର, ଶିବମନ୍ଦିର, ବସ୍‌ଷ୍ଟାଣ୍ଡ ହୋଇ ପୁଣି ବ୍ଲକ କାର୍ଯ୍ୟାଳୟକୁ ଫେରିଥିଲା । ଅପରେଶନ ସିନ୍ଦୂରର ସଫଳତାକୁ ନେଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସେନାର ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ, ପୁଲିସ ପ୍ରଶାସନ, ବନ ବିଭାଗ, ଅଙ୍ଗନାଓ୍ବାଡି କର୍ମୀ, ବ୍ଲକ ପ୍ରଶାସନ, ଅଞ୍ଚଳବାସୀ ଏବଂ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ମଞ୍ଚ୍‌ର ସଦସ୍ୟମାନେ ଯୋଗଦେଇଥିଲେ ।