ଅପରେସନ ସିନ୍ଦୁରର ସଫଳତାକୁ ସମ୍ମାନ ଜଣେଇବାକୁ ମଙ୍ଗରାଜପୁରରେ ଶୋଭାଯାତ୍ରା ଅନୁଷ୍ଠିତ….

ରା ଉଦୟଗିରି( ଆକାଶ ଦାସ): ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତୀଶୋଧ ପରାୟଣ ହୋଇ ଭାରତ ରଚିଥିଲା ଅପରେସନ ସିନ୍ଦୁର ମିଶନ । ଏହି ମିଶନରେ ଆମ ଦେଶର ସରକାର ଓ ସେନାଙ୍କ ପରାକ୍ରମରେ ପାକିସ୍ଥାନରେ ରହିଥିବା ଅନେକ ଆତଙ୍କବାଦୀ ଓ ସେମାନଙ୍କ ଆଡାସ୍ଥଳୀକୁ ଧ୍ବଂସ କରିଦେଇଛନ୍ତି । ତାକୁ ସମର୍ଥନ ତଥା ସମ୍ମାନ ଜଣେଇବା ଉଦ୍ଦେଶ୍ୟରେ ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ଦିହୁଡିସାହିଠାରୁ ଶତାଧୀକ ଲୋକେ ବାହାରି ତ୍ରିରଙ୍ଗା ପତାକା ହାତରେ ଧରି ଓ ଭାରତର ବିଜୟକୁ ନେଇ ନାରାବାଜି କରି ମଙ୍ଗରାଜପୁର ଯାଏ ଏକ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାର ନେତୃତ୍ୱ ବିଜେପି ରାମଗିରି ମଣ୍ଡଳ ସଭାପତି ତ୍ରିଲୋଚନ ରଇତ ନେଇଥିବା ବେଳେ ଉପ ସଭାପତି ମାହାଙ୍କାଳ ମଣ୍ଡଳ, ମଙ୍ଗରାଜପୁର ଓ ଜାମଢୋଲ ବୁଥ ସଭାପତି ନିର୍ଭୟ କାର୍ଯ୍ୟୀ ଓ ଶୁଶାନ୍ତ ମଣ୍ଡଳ ଏବଂ ମଙ୍ଗରାଜପୁର ପଞ୍ଚାୟତ ପ୍ରମୁଖ  ସୁକୁମାରୀ ରଇତଙ୍କ ସହ ଅନେକ ବୁଦ୍ଧିଜୀବୀ ଉପସ୍ଥିତଥିଲେ ।

csp