ଅପରେସନ ‘ସିନ୍ଦୂର’ ସଫଳତାରେ ବାଲିଗୁଡ଼ା ଏନ୍ ଏସି ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ…

ବାଲିଗୁଡ଼ା(ସିବନ୍ତ ଦିଗାଲ): ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନାବଳକୁ ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ଦେବା ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ ଏସି ତରଫରୁ ବସଷ୍ଟାଣ୍ଡ ଠାରୁ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ବିରାଟ ପରାକ୍ରମ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ କନ୍ଧମାଳ ସାଂସଦଙ୍କ ବ୍ଲକ୍ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନ୍ ଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ମନୋଜ କୁମାର ରଥ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଦାସ, କଲ୍ପନା କହଁର, କ୍ଷୁଦ୍ର ବଣିକ ସଂଘ, ବଣିକ ସଂଘ, ଅଟୋ ସଂଘ, ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ, ତହସିଲଦାର ଦୀପ୍ତି ପ୍ରକାଶ ବେହେରାଙ୍କ ସମେତ ବହୁ ଅଧିକାରି ଉପସ୍ଥିତ ଥିଲେ । ବାଲିଗୁଡ଼ା ବିଡ଼ିଓ ଅକ୍ଷୟ କୁମାର ମଲିକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୟ ବୀର ଯବାନ, ଭାରତୀୟ ସେନା ଜିନ୍ଦାବାଦ, ଭାରତ ମାତାକି ଜୟ, ବନ୍ଦେ ମାତରମ୍ ଭଳି ଦେଶାତ୍ମକବୋଧକ ନାରାଦେଇ ୨୦୦ ରୁ ଉର୍ଦ୍ଧ ଜନ ସମାଗମରେ ସହରରେ ଶୋଭାଯାତ୍ରା ହୋଇଥିଲା । ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ ହୋଇ ଦେଶ ପାଇଁ ନିଜର ସେବା ଓ ତ୍ୟାଗ  ନିମନ୍ତେ ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ ।