ଶ୍ରୀ ସ୍ୱପ୍ନେଶ୍ଵର ନାଟ୍ୟ ପରିଚାଳନା କମିଟିର ଶୀତଳ ଷଷ୍ଠୀ ପୂଜା ପାଇଁ ବୈଠକ ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଆଜି ସନ୍ଧ୍ୟାରେ ଧରାକୋଟ ସହରରେ ଶ୍ରୀ ସ୍ୱପ୍ନେଶ୍ଵର ନାଟ୍ୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି l ଶୀତଳ ଷଷ୍ଠୀ ପୂଜା ଓ ପରମ୍ପରାକୁ ନେଇ ଗ୍ରାମ ବାସୀ ଓ ବୁଦ୍ଧି ଯିବିଙ୍କ ସହ ଆଲୋଚନା କରାଯାଇଛି l ବହୁ ଦିନର ପ୍ରୟାସ ଓ ପ୍ରତୀକ୍ଷାର ପରିସମାପ୍ତି ଘଟିଛି ଏବଂ ଏହି କାର୍ଯ୍ୟକ୍ରମ.ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ଦିନରେ ଆୟୋଜନ ହେବାକୁ ଯାଉଥିବା ଯାନୀ ଯାତ୍ରାର ପ୍ରସ୍ତୁତି ବୈଠକରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକ ଅଧିନରେ ଥିବା ଧରାକୋଟ ଗ୍ରାମରେ ଶ୍ରୀତଳ ଷଷ୍ଠୀ ଯାତ୍ରାକୁ ନେଇ ଗ୍ରାମ୍ର ଲୋକଙ୍କ ସହ କିଛି ମୁହତ ଆଲୋଚନା କରାଯାଇ ଥିଲା । ଗ୍ରାମବାସୀଙ୍କ ଦ୍ବାରା ନିଷ୍ପତ୍ତି ନିଆ ଗଲା ଯେ ପୌରାଣିକ ନାଟକ “ରାମାୟଣ” ନାଟକ ମଞ୍ଚସ୍ତ ହେବ l ଏହି ବୈଠକରେ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ସଭାପତି, ରବୀନ୍ଦ୍ର କୁମାର ଘୋଷ, କୋଷାଧକ୍ଷ, ବିକାଶ ରଞ୍ଜନ ମହାନ୍ତି, ସହ ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ, ଉପ -ସଭାପତି, ପାପ ରାଓ,ସମ୍ପାଦକ, ସୁନୀଲ ସ୍ୱାଇଁ, ସୁନା ତ୍ରିପାଠୀ, କୁନା ସ୍ୱାଇଁ, ମୁନା ବେହେରା, ସୁଶାନ୍ତ ଚୌଧୁରୀ, କାଁହୁ ଗୌଡ଼, ବବିନା ବେହେରା,ଓ ଗ୍ରାମ ବାସୀ ବୃନ୍ଦ ଯୋଗ ଦେଇ, ଶାନ୍ତି ଶୃଙ୍ଖଳା, ସ୍ୱଚ୍ଛତା, ପୁଲିସ ପ୍ରଶାସନ ଓ ମିଡ଼ିଆ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଉପରେ ଆଲୋଚନା କରିଥିଲେ I

csp