ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟରେ ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ ଶୁକ୍ରବାର ଦିନ ପ୍ରକାଶ ପାଇବା ପରେ ଆଶାନୁରୂପ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆକାଶ କାଲିମାଝୀ ସର୍ବାଧିକ ୪୮୮ ମାର୍କ ରଖି ଏ -୨ ଗ୍ରେଡରେ ପାସ୍ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବିଦ୍ୟାଳୟ ପକ୍ଷରୁ ମୋଟ ୭୪ଜଣ ପରୀକ୍ଷା ଦେଇଥିବା ବେଳେ ଏ 1 ରେ ଜଣେ , ବି1- ରେ ଜଣେ , ବି 2 ରେ 13ଜଣ, ସି ଗ୍ରେଡ ରେ ୧୬ଜଣ ଡି ଗ୍ରେଡ ରେ 36ଜଣ, ଇ ଗ୍ରେଡ ରେ ୪ଜଣ କୃତକାର୍ଯ୍ୟ ହୋଇ ଥିବା ବେଳେ ୩ଜଣ ଅକୃତକାର୍ଯ୍ୟ ରହିଥିବା ଜଣା ପଡ଼ିଛି । ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ କୁମ୍ଭାରୀଗାଁ ପଞ୍ଚାୟତର ଟୁଡୁବିଜୁ ଗ୍ରାମର ଡମ୍ବ କାଲିମାଝୀଙ୍କ ପୁଅ ଆକାଶ କାଲିମାଝୀ, ଗୁଡ଼ିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଥିଲେ l ପରିବାରର ଅଭାବ ଅନାଟନ ମଧ୍ୟରେ ରହି ବ୍ରାହ୍ମଣୀଗାଁରେ ଏକ ଭଡ଼ା ଘରେ ରହି ଅଧ୍ୟୟନ କରୁଥିଲେ,ପାଠପଢ଼ାକୁ ଗୁରୁତ୍ଵ ଦେଇ ସେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ଗୁଡ଼ିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଙ୍କୁ ଶୁଭେଛା ଜ୍ଞାପନ କରିବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।