ରା.ଉଦୟଗିରି(ଆକାଶ ଦାସ): ଗତକାଲି ସାରା ରାଜ୍ୟର ମାଟ୍ରିକ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ତେବେ ସେମଧ୍ୟରେ ଗଜପତି ଜିଲ୍ଲାର ୧୫ ଜଣ A1 ରଖିଥିବା ବେଳେ ଜିଲ୍ଲାର ରା.ଉଦୟ ବ୍ଲକରେ ୫ଜଣ A1 ପାଇଛନ୍ତି । କେଏମ ଭାଲିଆ ସାହି ପିଏମଶ୍ରୀ ବିଦ୍ୟାଳୟରେ ତିନି ଜଣ ଯଥ ଅନିତା ଦଳାଇ (୫୪୪), ଚନ୍ଦ୍ରଶେଖର ଦଳାଇ(୫୪୩), ହିରାବତି ରଇତ(୫୪୧), ରଣ୍ଡିବା ରୁଦ୍ର ପ୍ରକାଶ ପାଣିଗ୍ରାହୀ(୫୪୬) ଓ ମହେନ୍ଦ୍ରଗଡର ପ୍ରିୟଙ୍କା ଗୌଡ(୫୪୭) ଭଲ ମାର୍କରଖି A1 ପାଇଥିବାରୁ ବିଦ୍ୟାଳୟ ଚଳଚଞ୍ଚଳ ହୋଇଉଠିଛ । ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଫୁଲତୋଡା ଓ ମିଠା ବଣ୍ଟନ ସହ କେକ୍ ମଧ୍ୟ କଟାଯାଉଥିବା ଦେଖିବାକୁ ମିଳିଛି । ତେବେ ସରକାରୀ ବିଦ୍ୟାଳୟ ମାନଙ୍କରେ ଓ ଅନ୍ତେବାସୀ ଆଦିବାସୀ ପିଲାଙ୍କ ମଧ୍ୟରେ ଭଲ ନମ୍ବର ରଖିଥିବାରୁ ଜିଲ୍ଲାରେ ଖୁସିର ଲହର ଖେଳି ଯାଇଛି । ଛାତ୍ରଛାତ୍ରୀ ଓ ଅବିଭାବକ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ କୃତଜ୍ଞତା ଜଣେଇବା ସହ ସରକାରୀ ବିଦ୍ୟାଳୟକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେହି ପରି ବିଦ୍ୟାଳୟମାନଙ୍କୁ ଅଫିସିଆଲ ଶୁଭେଛ୍ଛା ବାର୍ତ୍ତା ଆସି ପହଞ୍ଚୁଥିବା ଜଣା ପଡିଛି ।