ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ସୁଜାତା କୁମାରୀ ବେହେରାଙ୍କ ଅବସର ଉପଲକ୍ଷେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପିକା ସୁପ୍ରିୟା ମହାନ୍ତି, ଅନିତା ପଟ୍ଟନାୟକ, ଝୁନୁମା ପ୍ରଧାନ, ଅଧ୍ୟାପକ ବିନାୟକ ବିଶ୍ୱାଳ, ଡଃ ନଳିନୀ କୁମାର ପାଣିଗ୍ରାହୀ, ମାନସ ରଂଜନ ରାଉତରାୟ, ଆବେଦ ମଣ୍ଡଳ, ନିରଂଜନ ମହାରଣା, ରବିନ୍ କୁମାର ପାଢ଼ୀ ବିଦାୟୀ ଅଧ୍ୟାପିକା ସୁଜାତା ବେହେରାଙ୍କ ୩୨ବର୍ଷର ସ୍ମୃତି ସଂପର୍କରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଅଧ୍ୟାପିକା ବେହେରାଙ୍କ ନିରାମୟ ଜୀବନ କାମନା କରିବା ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।