ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ସଦଭାବନା ସଭାଗୃହରେ ପଞ୍ଚାୟତ ସମିତି ଦଶମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ, ଗୋଷ୍ଠି ଉନ୍ନୟନ ଅଧିକାରୀ ଲୋକନାଥ ଶବର, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତ୍ରିଶୂଲ ସେନାପତି, ମୋହନା ବିଧାୟକ ପ୍ରତିନିଧି ପୁରୁଷତ୍ତମ ପାଣିଗ୍ରାହୀଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ଏବଂ ୧୯ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଗ୍ରାମ ସେବକ ଗଣ ଏବଂ କେତେକ ଲାଇନ ଡିପାର୍ମେଣ୍ଟ ଉପସ୍ଥିତ ଥିଲେ । ହେଲେ ସାଂସଦ, ବିଧାୟକ, ଜିଲ୍ଲାପରିଷଦ, ଉପାଧ୍ୟକ୍ଷ ଅନୁପସ୍ଥିତ ଥିବାବେଳେ ସ୍ତ୍ରୀ ମାନେ ସରପଞ୍ଚ କିମ୍ବା ସମିତି ସଭ୍ୟା ଥିଲେ ସ୍ବାମୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପିଇଓ ନୃସିଂହ ଚରଣ ମିଶ୍ର ପୂର୍ବ ବୈଠକର ବିବରଣି ପାଠ କରି ଶୁଣାଇଥିଲେ । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ୨୦୨୫/୨୬ ଆର୍ଥିକ ବର୍ଷର ପ୍ରକଳ୍ପ ଅନୁମୋଦନ ବୈଠକରେ ବିଭାଗୀୟ କର୍ମଚାରୀ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ଯୋଜନା, କୃଷି ବିଭାଗ, ବିଦ୍ୟୁତ ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ,ବନ ବିଭାଗ, ଜଳଯୋଗାଣ ଓ ପରିମଳ ବିଭାଗ, ସାମାଜିକ ଓ ସୁରକ୍ଷା ବିଭାଗ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ, ସମ୍ମାନିତ ଆଦିବାସୀ ଉନ୍ନୟନ ଓ ନିଯୁକ୍ତି ଯୋଜନ, ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ବେସରକାରୀ ସଂସ୍ଥାର ଯୋଜନାର ଆର୍ଥିକ ବର୍ଷର କାର୍ଯ୍ୟର ବିବରଣୀ ବିଭାଗର କର୍ମଚାରୀ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ଆଲୋଚନା କରିବାର ଥିଲା । ବୈଠକରେ ମୁଖ୍ୟତଃ ବିଭିନ୍ନ ଗ୍ରାମରେ ସ୍ବାସ୍ଥ୍ୟ, ପାନୀୟଜଳ, ରାସ୍ତା, ଭତା, ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଜିପିଇଓ ନରସିଂହ ମିଶ୍ର ବୈଠକକୁ ପରିଚାଳନା କରି ଥିବା ବେଳେ ପେଶା ବ୍ଲକ ସଂଯାଯୋକ ଦାନ କ୍ରିତ ଛିଞ୍ଚାଣୀ ପରିଚାଳନାରେ ସହଯୋଗ କରିଥିଲେ ।