ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଟାଣ ଖରାରେ କୀଟନାଶକ ଔଷଧ କିଣିବା ପାଇଁ ସାଇକେଲ୍ ଯୋଗେ ହିଞ୍ଜିଳିକାଟୁ ଆସିବା ସମୟରେ ଟଳି ପଡ଼ିଲେ ଚାଷୀ । ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତକ ଚାଷୀ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମର 60 ବର୍ଷୀୟ ଦୀନବନ୍ଧୁ ବେହେରା । ପରିବାର ଲୋକେ ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ଆଶଙ୍କା କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ହିଞ୍ଜିଳି ମେଡିକାଲ ଅଧିକ୍ଷକ ।