ଧର୍ମ ପରାୟଣା ବୃଦ୍ଧାଙ୍କ ପରଲୋକ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ସ୍ୱର୍ଗତ ହିଲାରି ବଳିଆର ସିଂଙ୍କ ସ୍ତ୍ରୀ କିତେରି ବଳିଆର ସିଂଙ୍କର ବୁଧବାର ଦିନ ପ୍ରାୟ ୧୦ଟା ସମୟରେ ମୃତ୍ୟୁ ଘଟିଛି । ବାର୍ଦ୍ଧକ୍ୟତା ହେତୁ ସେ ନିଜ ବାସ ଭବନରେ ପୁତ୍ର ବଧୂଙ୍କ ଗହଣରେ ରହୁଥିଲେ । ତାଙ୍କ ମୃତ୍ୟୁ ସମୟରେ ବଡ଼ ପୁଅ ଶରତ ବଳିଆର ସିଂ, ସାନ ପୁଅ ସଚ୍ଚିଦାନନ୍ଦ ବଳିଆର ସିଂ, ଝିଅ ଆରତୀ, ମିନତୀ ସମେତ ପୁତ୍ରବଧୂ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ଗ୍ରାମବାସୀ ତଥା ନିକଟ ସମ୍ପର୍କୀୟ ଓ ଆତ୍ମୀୟସୌଜନ୍ୟ ମାନେ ଉପସ୍ଥିତ ହୋଇ ଶୋକାକୁଳ ପରିବେଶରେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଧାର୍ମିକ ରୀତି ନୀତି ଅନୁଯାୟୀ ସମାପନ ହୋଇଛି ।