ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି “ପ୍ରେସ କ୍ଲବ”ର ନୂତନ ସଭାପତି ରାମକୃଷ୍ଣ ଚୌଧୁରୀ ମନୋନୀତ ହେବା ପରେ ପ୍ରଥମ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବୁଧବାର ଦିନ ସ୍ଥାନୀୟ ସିର୍କୀ ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି ଇ ଏହି ବୈଠକରେ ପ୍ରେସ କ୍ଲବକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ “ପ୍ରେସ କ୍ଲବ” ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଆଲୋଚନା ହୋଇଥିବା ବେଳେ, ସଂଗଠନକୁ ସୁଦୃଢ ଓ ଖବର କାଗଜ ଖବର ପ୍ରସାରଣ ଉପରେ ବିସ୍ତୃତ ଆଲୋଚନା ହୋଇଯାଇଛି I ଆଜିର ଏହି ବନ୍ଧୁମିଳନ ଅବସରରେ ଉପ-ସଭାପତି ପ୍ରସନ୍ନ କୁମାର ମିଶ୍ର, ସାଧାରଣ ସମ୍ପାଦକ ଅନିଲ କୁମାର ଦଳବେହେରା, ସହ-ସମ୍ପାଦକ ସୁଜିତ କୁମାର ସାହୁ, ସାଙ୍ଗଠନିକ ସମ୍ପାଦକ ଗଗନ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ଅରୁଣ କୁମାର ଷଡ଼ଙ୍ଗୀ, ବଟକୃଷ୍ଣ ଦାଶ, ପ୍ରତାପ ଚନ୍ଦ୍ର ପାଢ଼ୀ, ଚିନ୍ମୟ କୁମାର ସେଠୀ, ଅବନୀ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ I ବୈଠକ ଶେଷରେ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ I