ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ବ୍ରାହ୍ମଣୀଗାଁ ପଞ୍ଚାୟତ ସମେତ ଅଞ୍ଚଳର ୮ ଗୋଟି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି । ଅନେକ ସ୍ଥାନକୁ ବିଭାଗୀୟ ଅଧିକାରୀମାନେ ପହଞ୍ଚିବା କଷ୍ଟସାଧ୍ୟ ହେଉଥିବା ବେଳେ ଦୁର୍ଗମ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଡ଼ିଓ ପ୍ରିତିରଞ୍ଜନ ରଥ ସ୍ଵତନ୍ତ୍ର ଧ୍ୟାନ ଦେଇ ତଦାରଖ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଗ୍ରୀଷ୍ମ ଅବକାଶରେ ପାନୀୟ ଜଳର ଅଭାବ ଦୂର କରିବାକୁ ସ୍ଵତନ୍ତ୍ର ଧ୍ୟାନ ଦେଉ ଥିବା ବେଳେ ବର୍ଷା ଦିନ ପୂର୍ବରୁ ବ୍ଲକ ଅଞ୍ଚଳରେ ବିଶେଷ କରି ଦୁର୍ଗମ ଅଞ୍ଚଳରେ ନୂତନ କୋଠା, ରାସ୍ତା ସମ୍ପ୍ରସାରଣ, ନୂତନ କୂପ ଖନନ, ଜମି ଉନ୍ନତିକରଣ ଆଦି କାର୍ଯ୍ୟକୁ ଶୀଘ୍ର ସାରିବାକୁ ବିଡିଓ ନିର୍ଦ୍ଦେଶ ଦେବା ସହ ଦୈନିକ ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନରେ ଯାଉଥିବା ସେ କହିଛନ୍ତି । ସେ ଶୀଘ୍ର କାର୍ଯ୍ୟ ସମ୍ପାଦନା କରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ସମୀକ୍ଷା କରିବା ସହ କାର୍ଯ୍ୟରେ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ କରଯାଉଥିବା କହିଛନ୍ତି । ବିଡିଓଙ୍କ ଏହି ଗସ୍ତ ସମୟରେ କନିଷ୍ଠ ଯନ୍ତ୍ରୀ କମଳ ପାତ୍ର ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପ ବିଡ଼ିଓଙ୍କୁ ଦେଖାଇଥିଲେ । ବ୍ରାହ୍ମଣୀଗାଁ ଗସ୍ତ ସମୟରେ ସେ ବିଦ୍ୟାଳୟର ରୂପାନ୍ତର, ଉଚ୍ଚ ବିଦ୍ୟାଳୟରେ ରୋଷଇ ଗୃହ, ବଜାର ଗୃହ, ଗ୍ରାମ ପଞ୍ଚାୟତର ସୁବିଧା ଗୃହ, ବନ ସୁରକ୍ଷା ସମିତି ଗୃହ ଆଦି ନିର୍ମାଣ କାର୍ଯ୍ୟ ଚାଲଥିବା ବେଳେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ ପରିଦର୍ଶନ କରି ତଦାରଖ କରିଥିବା ଜଣା ପଡ଼ିଛି ।