ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ବାବାସାହେବ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ l ତେଣୁ କନ୍ଧମାଳ ଜିଲ୍ଲାର ରାଇକିଆ ଠାରେ ବି.ଆର.ଆମ୍ବେଦକର ସ୍ମୃତି ସଂଗଠନ ପକ୍ଷ୍ୟରୁ ଜିଲାସ୍ତରୀୟ ଡଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲାର 12ଟି ବ୍ଲକରୁ ସବୁ ବର୍ଗର 2 ହାଜରରୁ ଉର୍ଦ୍ଧ ଲୋକେ ଏଥିରେ ସାମିଲ ହୋଇଥିଲେ l ପ୍ରଥମେ ରାଇକିଆ ହାଟପଦl ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରାଇକିଆର ଚାରି ଛକ ଠାରେ ନୂତନ ଭାବେ ଡଃ ବି.ଆର.ଆମ୍ବେଦକରଙ୍କ ପ୍ରତି ମୃତ୍ତି ଲୋକାର୍ପଣ କରାଯିବା ପରେ ହାଟ ପଦା ପଡ଼ିଆ ଠାରେ ଏକ ସଭା ଆୟୋଜନ କରାଯଇଥିଲା l ଏହି ସଭାରେ ଡଃ ବି ଆର୍ ଆମ୍ବେଦକର ସ୍ମୃତି ସଂଗଠନର ଜିଲା ସଭାପତି ସମୀର ଘଟାଲ ଓ ମୁଖ୍ୟ ଅତିଥି ଭାବେ କୁଇ ସମାଜ ସମନ୍ଵୟ ସମିତିର ସମ୍ପାଦକ ଲମ୍ବୋଧର କହଁର ଯୋଗା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରାଇକିଆର ସବୁ ବର୍ଗର ଲୋକ ଏଥିଲେ ସାମିଲ ହୋଇଥିଲେ l ଡଃ ବି ଆର୍ ଆମ୍ବେଦକର ସମ୍ବିଧାନ ପ୍ରଣୟନ କରିଥିଲେ l ତାଙ୍କର ଏହି ଅବଦାନ ଅତୁଳନୀୟ l ଏହି ସମ୍ବିଧାନ ସବୁ ବର୍ଗର ସବୁ ଭାରତୀୟ ପାଇଁ ଉଦ୍ଧିଷ୍ଟ l ଯାହାକୁ ନେଇ ଆଜି ସାରା ଦେଶ ଏଭଳି ମହାନ୍ ବ୍ୟକ୍ତିଙ୍କୁ ମନେ ପକାଉଛି ବୋଲି କହିଥିଲେ ଲମ୍ବୋଧର କହଁର l ଡଃ ବି ଆର୍ ଆମ୍ବେଦକରଙ୍କ ଏହି ଜନ୍ମ ଜୟନ୍ତୀ ଯେଉଭଳି ରାଇକିଆରେ ପାଳନ କରାଗଲା ଆଗକୁ ଏହି ଭଳି ଅନ୍ୟ ବ୍ଲକରେ ମଧ୍ଯ ପାଳନ କରାଯିବା ନେଇ ବି.ଆର.ଆମ୍ବେଦକର ସ୍ମୃତି ସଂଗଠନ ପକ୍ଷ୍ୟରୁ ସୂଚନା ଦିଆଯାଇଛି l