ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରେ ଆଜି ଡଃ ଭୀମ ରାଓ ଆମ୍ବେଦକରଙ୍କ 135ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ସମ୍ବିଧାନ ବଞ୍ଚେଇଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ବାଲିଗୁଡ଼ା ସହରରେ ରଖାଯାଇନାହିଁ l ଯାହାରି ଫଳରେ ଏସ.ସି.ଏସ.ଟି, ଓ.ବି.ସି ଏବଂ ମାଇନରୀଟି ଲୋକଙ୍କ ମଧ୍ୟରେ ଆସନ୍ତୋଷ ଦେଖିବାକୁ ମିଳିଛି । ଭାରତ ସ୍ୱାଧୀନ ହୋଇ ୭୮ ବର୍ଷ ବିତିଯାଇଯାଇଥିଲେ ମଧ୍ୟ ବାଲିଗୁଡ଼ା ଠାରେ ବାବାସାହେବ ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପାରିନାହିଁ । ଯାହାକୁ ଭାରତ କହେ ବିଶ୍ୱଜ୍ଞାନୀ ଭାରତ ରତ୍ନ ଆଜି ସେହି ଭଳି ମହାପୁରୁଷଙ୍କୁ ସରକାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ସହର ବାସୀ । ଉକ୍ତ କାର୍ଯ୍ୟକ୍ରମକୁ ଉପ ଖଣ୍ଡ ସ୍ତରୀୟ ବାଲିଗୁଡ଼ା ଅନୁସୂଚିତ ଜାତି ଓ ଜନଜାତି ଦ୍ଵାରା ଆମ୍ବେଦକର ମିଳିତ ମଞ୍ଚ ସଭାଗୃହ ଠାରେ ସଭା ଆୟୋଜନ କରା ଯାଇଥିଲା । ଏହି ସଭାର ମଞ୍ଚ ପରିଚାଳନା କରିଥିଲେ ଶ୍ରୀ କ୍ଳେଶ ପ୍ରଧାନ ଏବଂ ସଭାର ମୂଖ୍ୟ ଅତିଥି ଭାବେ ସୁଜନ ବେହେରା ଯୋଗ ଦେଇ ଥିବା ବେଳ ମନୋଜ ମଲିକ, ପ୍ରଫୁଲ ନାୟକ, ଯାରବାସ ଦିଗାଲ, ସେଲେସ ନାୟକ, ଶେଖ ବାବୁଜାନ, ସାମୁଏଲ ପ୍ରଧାନ, ମନୋଜ ମଲିକ ଉପସ୍ଥିତ ରହି ଆଗାମୀ ଦିନରେ ଡଃ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଆମ୍ବେଦକରଙ୍କ ବିଚାରଧାରାକୁ ସୁଦୃଢ଼ କରିବାକୁ ବହୁ ସଂଖ୍ୟାରେ ଯୋଗଦେଇ ପାଳନ କରିବାକୁ ନିଷ୍ପତି ହୋଇ ଥିବା କହିଛନ୍ତି ସଂଗଠନର ସଦସ୍ୟ l