ବାଲିଗୁଡ଼ା ପୁଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ବାଲିଗୁଡ଼ା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ପକ୍ଷରୁ ନିଆରା ଢଙ୍ଗରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ବାଲିଗୁଡ଼ା ଏସଡିପି ଓ ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ ପ୍ରକାରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ତତ୍ତ୍ଵାବଧାନରେ ଏକ ସଡ଼କ ସୁରକ୍ଷା ରାଲିର ଆୟୋଜନ କରିଥିଲେ । ଏହି ରାଲି ବାଲିଗୁଡ଼ା ସହର ଆରଧ୍ୟା ଦେବୀ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରାଙ୍ଗଣରୁ  ଆରମ୍ଭ ହୋଇ ମୁଖ୍ୟ ବଜାର ଦେଇ ଏସଡିପିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁଲିସ୍ ବିଭାଗ ସମେତ ପାଟଖଣ୍ଡା ପବ୍ଲିକ ସ୍କୁଲର କୁନିକୁନି ପିଲା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ନାଟକ ଏକାଙ୍କିକା ମାଧ୍ୟମରେ ବାଲିଗୁଡ଼ା ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ଉପସ୍ଥାପନ ରଖିଥିଲେ । ଏହି ପରିପ୍ରେକ୍ଷୀରେ ହେଲମେଟ ପିନ୍ଧି ନଥିବା ଅମାନିଆ ବାଇକ୍ ଚାଳକଙ୍କୁ ଗେଣ୍ଡୁଫୁଲର ମାଳ ସହିତ ଫାଇନ ଆଉ ଫାଇନ ବାବଦରେ ଗୋଟିଏ ହେଲେମେଟ୍ ମଧ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ହେଲମେଟ ପିନ୍ଧି ଥିବା ବାଇକ ଚାଳକଙ୍କୁ ସମ୍ମାନ ସହ ଏକ ମାନପତ୍ର ଓ ଟି ଶାର୍ଟ ପ୍ରଦାନ ମଧ୍ଯ କରିଥିଲେ । ଏସଡିପିଓ ଙ୍କ ଏଭଳି ଅମାନିଆ ବାଇକ୍ ଚାଳକଙ୍କୁ ସାବାଡ କରିବା ଏବଂ ଏକ ଅଭିନବ  ପ୍ରୟାସ ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ସହରରେ  ଜୋର ଚର୍ଚ୍ଚା ହେବା ସହ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ ଦେଖିବାକୁ ମିଳିଛି ।