କଳାହାଣ୍ଡି(ଅଶ୍ୱିନ ମଲ୍ଲିକ): ଗୋଲାମୁଣ୍ଡା ବ୍ଲକ ଅଧିନରେ ଥିବା ମାନଝରି ଗ୍ରାମ ପଞ୍ଚାୟତର ନାଏବ (ମହିଳା) ସରପଞ୍ଚ ପଦବୀ ଖାଲି ପଡିଥିଲା । ଆଜି ବିଧିବଦ୍ଧ ଭାବେ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଉପ ନିର୍ବାଚନ ହୋଇଯାଇଛି । ଏଥିରେ ପଞ୍ଚାୟତର ୧୪ ନମ୍ବର ୱାର୍ଡର ସଭ୍ୟା ଲଳିତା ଭାଟି ଜଣେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କୌଣସି ୱାର୍ଡ ସଭ୍ୟା ନାମାନଙ୍କ ପାତ୍ର ଦାଖଲ କରି ନ ଥିବାରୁ ଅପ୍ରତିଦ୍ବନ୍ଦି ପ୍ରତିନିଧି ଭାବରେ ଲଳିତା ଭାଟି ମାନଝରି ଗ୍ରାମ ପଞ୍ଚାୟତର ନୂତନ ନାଏବ ସରପଞ୍ଚ ପଦ ହାସଲ କରିଛନ୍ତି ।ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀ ଭାବେ ବିଶ୍ବରଂଜନ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସରପଞ୍ଚ ଜଗୁଜିବନ ଅଘ୍ରିଆ ନୂତନ ନାଏବ ସରପଞ୍ଚଙ୍କୁ ଶୁଭେଚ୍ଛା ଦେଇଥିଲେ ।