ରାୟଗଡ ବ୍ଲକରେ ଅନ୍ତଦୋୟ ଗୃହ ଯୋଜନାର ଶୁଭାରମ୍ଭ…

<span;>ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ ହାଇସ୍କୁଲ ପଡିଆ ପରିସରରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ  ଯୋଗଦେଇ  ଅନ୍ତଦୋୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ସ୍ତରୀୟ କାର୍ଯକ୍ରମର ଶୁଭାରମ୍ଭ କରିବା ପରେ ଏଠାରେ ରାୟଗଡ ବ୍ଲକର ବିଭିନ୍ନ ପଂଚାୟତର ବିକଳାଙ୍ଗ, ବିଧବା, ଉକ୍ତ ଯୋଜନାରେ ଥିବା ହିତାଧିକାରୀମାନଙ୍କୁ ପ୍ରଥମ ପାଳିରେ ୨୮ ଜଣ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଅତିଥିମାନେ କରିଛନ୍ତି । ଏହୀ କାର୍ଯକ୍ରମରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ, ବ୍ଲକ ଅଧ୍ୟକ୍ଷା ପୂର୍ଣାବାସି ନାୟକ, ଜିଲ୍ଲାପରିଷଦ ସଭ୍ୟା ଗୌତମୀ ଜାନି, ଜିଲ୍ଲା ଉନ୍ନୟନ ଅଧିକାରୀ ଶଙ୍କର କେର୍କେଟା, ଅତିରିକ୍ତ ନିର୍ବାହୀ ଅଧିକାରୀ ପୃଥିବୀ ରାଜ ମଣ୍ଡଳ,  ପ୍ରୋଗ୍ରାମ ମ୍ୟାନେଜର ବି.ରୋହିତ କୁମାର, ରାୟଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ  ପ୍ରମୁଖ ଯୋଗ ଦେଇଥିଲେ ।
<span;>ରାୟଗଡ ବ୍ଲକ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଏଠାରେ  ଉପସ୍ଥିତ ଥିଲେ ।  ଉକ୍ତ ଯୋଜନାର ପ୍ରଥମ ପାଳିରେ କାର୍ଯ୍ୟାଦେଶ ବଣ୍ଟନକୁ ପାତର ଅନ୍ତର ହୋଇଛି ବୋଲି କ୍ଷୁବ୍ଧ ହୋଇ ଜଲାଙ୍ଗ ସରପଞ୍ଚଙ୍କ ସହ ଅନେକ ସରପଞ୍ଚ ଓ ସାଧାରଣ  ଲୋକେ ଜିଲ୍ଲାପାଳଙ୍କୁ  ଅଭିଯୋଗ ଜଣାଇ  ଥିଲେ । ଏହା ଶୁଣି ଜିଲ୍ଲାପାଳ ଶ୍ରୀ ଦାଶ ଏହି କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ ଓ ସମସ୍ତ ହିତାଧିକାରୀମାନେ ଉକ୍ତ ଯୋଜନାର ସାମିଲ ହେବେ ବୋଲି ପ୍ରତିଶୃତି ଦେଇ ସେମାନଙ୍କୁ ବୁଝାଇ ଥିବା ଦେଖିବାକୁ ମିଳିଛି । କାର୍ଯକ୍ରମ ଚାଲି ଥିବା ବେଳେ ପ୍ରଚଣ୍ଡ ଖରା ଓ ଗରମକୁ ସହ୍ୟ କରି ନପାରି କାର୍ଯକ୍ରମ ନ ସରିବା ପୁର୍ବରୁ ଆସିଥିବା ଅନେକ ଲୋକେ ସ୍ଥାନ ଛାଡି ଚାଲି ଯାଇ ଥିବା ଦେଖିବାକୁ ମିଳିଛି l