ଦାରିଙ୍ଗବାଡ଼ି(ଆଶୋକ ସିଂ): ରାଷ୍ଟ୍ରୀୟ ନବବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଦ୍ଵାରା ଅନ୍ତୋଦ୍ବୟ ଗୃହ ଯୋଜନାର ଶୁଭାରମ୍ଭ କରଯାଇଛି । ରାଜ୍ୟର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରି ସମଗ୍ର ଓଡ଼ିଶା ବାସୀଙ୍କୁ ରାଷ୍ଟ୍ରୀୟ ନବ ବର୍ଷର ଭେଟି ପ୍ରଦାନ କରିଛନ୍ତି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କ ତତ୍ତ୍ଵାବଧାନରେ ଭିସି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ସଞ୍ଜୟ ରଥ, କନ୍ଧମାଳ ଏମ୍ପିଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଘୁ.ଉଦୟଗିରି ବିଧାୟକଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ପିଟର ଦିଗାଲ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଯୋଗାଣ ନିରୀକ୍ଷକ ନିହାର ବେହେରା ପ୍ରମୁଖ ଉପସ୍ଥିତ ରହି ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋଟ୍ ୧୫୭ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଯୋଜନା ଦିବ୍ୟାଙ୍ଗ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ବନ୍ୟାବାତ୍ୟା, ଘର ପୋଡ଼ି ନଷ୍ଟ, ହାତୀ ଉପଦ୍ରବରେ ଗୃହ ନଷ୍ଟ ଆଦିରେ ପୀଡ଼ିତ ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯାଇ ଗୃହ ପାଇଁ ଅନୁଦାନ ମଞ୍ଜୁର କରାଯିବ ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ।