ବାଇକ ଦୁର୍ଘଟଣାରେ ବିଜେପି କର୍ମୀଙ୍କ ମୁଣ୍ଡରେ ଗଭୀର ଆଘାତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଳା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବଡ଼ଶଙ୍ଖ ନିକଟରେ ବ୍ରାହ୍ମଣୀଗାଁ  ମଣ୍ଡଳର ଜଣେ ବରିଷ୍ଠ ବିଜେପି କର୍ମୀ ଦୀପ୍ତି ଚନ୍ଦ୍ର ସେନାପତି ବାଇକ ଦୁର୍ଘଟଣାର ଶିକାର ହୋଇଥିବା ଜଣା ପଡ଼ିଛି l ତାଙ୍କ ସହ ଝିଂଜିରିଗୁଡ଼ା ଗ୍ରାମର ଦୁଇ ଯୁବକ ଟୁଲୁ ପ୍ରଧନୀ ଓ ମନୋଜ ପୂଜାରୀ ମଧ୍ୟ ସାମାନ୍ୟ ଆଘାତ ପ୍ରାପ୍ତ ହୋଇଥିବା ଜଣା ପଡିଛି l ସୂଚନା ଅନୁଯାୟୀ ଶ୍ରୀ ସେନାପତି କିଛିଦିନ ହେବ ଦଳର ନିର୍ଦ୍ଧେଶ କ୍ରମେ ସୋଲାର ବିଦ୍ୟୁତ ସଂଯୋଗ ପାଇଁ ସର୍ଭେ କାର୍ଯ୍ୟ ତଦାରଖ କରୁଥିଲେ l ସେ କୌଣସି କାର୍ଯ୍ୟରେ ଗୁଡ଼ିକିଆ ଯାଇ ଫେରୁ ଥିବା ସମୟରେ ଅନ୍ଧାର ମାଡିଆସୁ ଥିଲା ଲାଇଟ୍ ଆଲୁଅରେ ଆଖିରେ ଏକ ପୋକ ହଠାତ୍ ପଡ଼ିଯିବାରୁ ସେ  ଭାରସାମ୍ୟ ହରାଇ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ଘଟଣା ସ୍ଥାନରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଥିଲା l ସେଠାରେ ଡାକ୍ତର ପ୍ରଥମିକ ଚିକିତ୍ସା କରିବା ପରେ ଘରକୁ ଯିବାକୁ ପରାମର୍ଶ ଦେଇଛନ୍ତି ।