ସମନ୍ଵିତ ଶିଶୁ ସୁରକ୍ଷା ସମିତି ଟାସ୍କ ଫୋର୍ସ କମିଟିର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ, ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ପଞ୍ଚାୟତ ସମିତି ସଭାଗୃହ ଠାରେ ସମ୍ମନ୍ଵିତ ଶିଶୁ ସୁରକ୍ଷା ସମିତିର ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ  କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦାରିଙ୍ଗବାଡି ସମ୍ମନ୍ଵିତ ଶିଶୁ ବିକାଶ ବିଭାଗର ଅଧିକାରୀ  ସନ୍ଧ୍ୟାରାଣୀ ପଣ୍ଡାଙ୍କ ଆହ୍ବାନ କ୍ରମେ  ବିଡ଼ିଓ ପ୍ରୀତି ରଞ୍ଜନ ରଥ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ବିଧାୟକ ପ୍ରତିନିଧି ପିଟର ଦିଗାଲ,ଏବିଇଓ ବନମାଳି ମାଝୀ, ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠା ମାଝୀ  ସମେତ ୨୫ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ରୋକିବା, କମ ବୟସରୁ ପାଠ ପଢ଼ା ଛାଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ l ଗ୍ରାମାଞ୍ଚଳ ସ୍ତରରୁ ଅଭିଭାବକ ମହଲରେ ଏବଂ କିଶୋର କିଶୋରୀମାନଙ୍କୁ କିପରି ଅଧିକରୁ ଅଧିକ ସଚେତନା କରାଯାଇ ପାରିବ ସେନେଇ ଆଲୋଚନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଏଡୁକୋର ପ୍ରୋଗ୍ରାମ ମ୍ୟାନେଜର ସୁଧୀର କୁମାର ଦିଗାଲ ଓ କର୍ମକର୍ତ୍ତା, ଜାଗୃତି ସମ୍ପାଦକ କୈଳାଶ ଦଣ୍ଡପାଟ ଓ କର୍ମକର୍ତ୍ତାମାନେ ଯୋଗ ଦେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମ୍ମନ୍ଵିତ ଶିଶୁ ବିକାଶ ବିଭାଗ ସହଯୋଗରେ ଯଥା ସମ୍ଭବ ଅଞ୍ଚଳରେ ସଚେତନା ଜାଗ୍ରତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।