କୁମୁଳାସିଂ ଗ୍ରାମ ଠାରେ ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଭଲିବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଳାସିଂ ଗ୍ରାମ ଠାରେ ବନବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି l ଜଙ୍ଗଲ ବିନା ମନୁଷ୍ୟ ବଂଚି ରହିବା ପ୍ରାୟତଃ ଅସମ୍ଭବ l ତଥାପି ଆଜିର ମଣିଷ ଏତେ ନିଷ୍ଠୁର ଯେ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାଇବା ଓ ଜଙ୍ଗଲକୁ ହାଣି ନଷ୍ଟ କରିବାରେ ଲାଗିଛନ୍ତି କିନ୍ତୁ ତାର ପରିଣାମ ଯେ ଭବିଷ୍ୟତରେ କେତେ ଯେ ଭୟଙ୍କର ହେବ ତାହା ଜାଣି ନାହିଁ l ତେଣୁ ସରକାର ଓ ପ୍ରଶାସନ ସବୁବେଳେ ଜଙ୍ଗଲ ରକ୍ଷାକୁ ନେଇ ସଚେତନ କାର୍ଯ୍ୟକ୍ରମ ମlନ କରି ଆସୁଛନ୍ତି l ସେହିପରି ଗଜପତି ଜିଲ୍ଲା ବନ ବିଭାଗ ର ଦେବଗିରି ରେଞ୍ଜ ଦ୍ୱାରା କୁମୁଳାସିଂ ଗ୍ରାମରେ ଜଙ୍ଗଲ କୁ ନିଆଁ ରୁ ମୁକ୍ତ କରିବା ଓ ଜଙ୍ଗଲର ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ କୁମୁଳାସିଂ ପଂଚାୟତରେ ଯୁବକମାନଙ୍କୁ ନେଇ ଗୋଟିଏ ଭଲିବଲ ଟୁର୍ନାମେଣ୍ଟ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଦେବଗିରି ରେଞ୍ଜର ବ୍ରହ୍ମାନନ୍ଦ ସାହୁ, ଫୋରେଷ୍ଟର ଗଣେଶ ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ବାସିନ୍ଦାଙ୍କୁ ଜଙ୍ଗଲ ରେ ନିଆଁ ଲଗାଇବା ଦ୍ୱାରା କଣ ସବୁ ଅସୁବିଧା ହୁଏ ତାର ଭିଡ଼ିଓ ଓ ଅଡିଓ ମାଧ୍ୟ୍ୟମରେ ସଚେତନ କରାଇଥିଲେ l ଏବଂ ଜଙ୍ଗଲରେ ନିଆଁ ନ ଲଗାଇବାକୁ ପ୍ରତ୍ୟେକକୁ ଉପଦେଶ ଦେଇଥିଲେ l ଏହିଭଳି ଏକ କାର୍ଯ୍ୟକ୍ରମ ବନ ବିଭାଗ ଦ୍ୱାରା କୁମୁଳାସିଂ ରେ ପ୍ରଥମ ଥର ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ଓ ଏହି ସଚେତନ କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଉପସ୍ଥିତ ଥିଲେ ଏବଂ ବନ ବିଭାଗର ଏହିଭଳି ସୁନ୍ଦର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ଭଲିବଲ ଫାଇନାଲ ଖେଳରେ ବିଜେତା ହୋଇଥିବା ଟିମ ସଦଭାବନା ର ଅଧିନାୟକ ଥିଲେ ଶାନ୍ତିଏଲ ଏଡଲା ଓ ପରାଜିତ ହୋଇଥିବା ଟିମ ଉଦ୍ଭାବନା ର ଅଧିନାୟକ ଥିଲେ ବ୍ଲେସନ ଘଣ୍ଟ l ଉଭୟ ଟିମ ମଧ୍ୟ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ବିଜେତା ଟିମ୍ କୁ ଦେବଗିରିରେଞ୍ଜର। ବ୍ରହ୍ମାନନ୍ଦ ସାହୁ ସମ୍ମାନିତ କରୁଥିବା ବେଳେ । ପରାଜିତ ହେଇଥିବା ଟିମ୍ କୁ । ଗ୍ରାମର ବୋୟଜେଷ୍ଟ ଏପ୍ରୀୟମ ଏଡଲା ( ବିୟସ ୧୦୩) ଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ଶେଷରେ ଗ୍ରାମର ଯୁବକ ସୁନିଲ କୁମାର ପ୍ରଧାନ ଆୟୋଜକ ଓ ଉପସ୍ଥିତ ଲକଙ୍କୁ ଧନ୍ୟବାଦ୍ ଦେଇଥିଲେ l