ବିଳମ୍ୱରେ ପହଞ୍ଚିବାରୁ ପରୀକ୍ଷା ଦେବାରୁ ବାଦ୍ ପଡ଼ିଲେ ବାବୁଲା….

ଦାରିଙ୍ଗବାଡି(ଆଶୋକ ସିଂ): ବିଳମ୍ୱରେ ପହଞ୍ଚିବା ହେତୁ ପରୀକ୍ଷା ଦେଇ ପାରିଲେ ନାହିଁ ଜଣେ ଛାତ୍ର l ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ।
<span;>ସୂଚନା ଅନଯାୟୀ ସରାମୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ର  ବାବୁଲା ଦାରା ମାଝୀ  ରୋଲ ନଂ ଓ ୩୩ ଡିଡି ୦୦୧୫ , ନିଜ ଗ୍ରାମ ସରାମୂଳି ପଞ୍ଚାୟତର ଗୁଡ୍ରିଗାଁରୁ ଏକ ବସ ଯୋଗେ ଆସି ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ l ଦୁର୍ଭାଗ୍ୟର ବିଷୟ ସେ ସଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନ ପାରିବାରୁ କେନ୍ଦ୍ର ପରିଚାଳକ ପରୀକ୍ଷାରେ ବସିବାକୁ ବାରଣ କରିଥିଲେ । କେନ୍ଦ୍ର ପରିଚାଳନା ଦାୟିତ୍ଵରେ ଥିବା ନୋଡାଲ ଅଧିକାରୀ କୃପା ସିନ୍ଧୁ ସିଂଙ୍କୁ ପଚାରିବାରୁ  ଅଧ ଘଣ୍ଟା ପରେ ଆସୁଥିବା ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ରୋକ୍ ଠକ୍ ମନା କରିଛନ୍ତି । ଅଭିଭାବକଙ୍କ କହିବା ଅନୁଯାୟୀ ଗ୍ରାମରେ ସଠିକ୍ ଭାବେ ନେଟୱର୍କ କାମ କରୁ ନଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ପିଲାଙ୍କୁ ସଠିକ୍ ସୂଚନା ପ୍ରଦାନ କରି ନାହାନ୍ତି l ତେଣୁ ପରୀକ୍ଷାର ସମୟ ନିର୍ଘଣ୍ଟ ବିଷୟ ଜାଣି ନ ଥିବାରୁ ବିଳମ୍ୱରେ ପହଞ୍ଚି ଥିବା କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଭିଭାବକ ମାନେ ସମ୍ପୂର୍ଣ ନିରକ୍ଷର ଥିବା ବେଳେ ବାବୁଲାଙ୍କ ମଧ୍ୟ କର୍ଣ୍ଣ ଦୋଷ ଥିବା ରୁ ସଠିକ ଭାବେ ଶୁଣି ପାରନ୍ତି ନାହିଁ ବୋଲି କହିଛନ୍ତି ବାବୁଲାଙ୍କ ବାପା ଲାବନା ଦାରା ମାଝୀ । ଏପରି ସ୍ଥିତି ରେ କରିବେ କଣ? ଶେଷରେ ନିରାଶ ହୋଇ ଫେରିବାକୁ ପଡ଼ିଛି ବାବୁଲାଙ୍କୁ । କିନ୍ତୁ ସେ ଧର୍ଯ୍ୟ ହରା ହୋଇ ନାହାନ୍ତି ଆଗାମୀ ପରୀକ୍ଷା ଗୁଡ଼ିକ ଦେବେ ବୋଲି  ସେ କହିଛନ୍ତି ।