ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର ରାଇଗଣ୍ଡା ଠାରେ ଉତ୍ତର ଭାରତ ମଣ୍ଡଳୀ କଟକ ଡାଇସେସ ର ଗଜପତି ପାଷ୍ଟରେଟ ୟୁନିଅନ ର ବିଥଳ ପାଷ୍ଟରେଟ ପକ୍ଷରୁ ୨୧ତମ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ମହାସଭା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ଶନିବାର ଦିନ ଉଦଯାପନ ହୋଇଛି । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମହାଚାର୍ୟ୍ଯ ଉପେନ୍ଦ୍ର କୁମାର ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥଲେ, ମୁଖ୍ୟ ବକ୍ତା ଭାବେ ଝାଡ ଖଣ୍ଡ ରାଜ୍ୟ ଜାମସେଦପୁର ରୁ ଆଚାର୍ଯ୍ୟ ଜିତୁ ଲିମା ଯୋଗ ଦେଇ “କାଳ ସମ୍ପୂର୍ଣ ହେଲାଣି… ସୁସମାଚାରରେ ବିଶ୍ୱାସ କର ” ପ୍ରସଙ୍ଗ ଉପରେ ବିଭିନ୍ନ ଉଦାହରଣ ଦେଇ ବାଇବଲରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ । ସମସ୍ତ ପାପ କର୍ମ ରୁ ପାପ ପଥ ରୁ ମନ ପରିବର୍ତ୍ତନ କରି ଈଶ୍ୱରଙ୍କ ସୁସମାଚାର ରେ ବିଶ୍ୱାସ କରିବାକୁ ଏବଂ ନିଜକୁ ପବିତ୍ର ଜୀବନ ଯାପନ କରିବାକୁ ସେ ତାଙ୍କ ପ୍ରଚାର ରେ କହିଥିଲେ । ବିଥଳ ପାଷ୍ଟରେଟ ପକ୍ଷରୁ ମଞ୍ଚାସିନ ଅତିଥି ମାନଙ୍କୁ ନାଚ ଗୀତ ମାଧ୍ୟମ ରେ ପୁଷ୍ପ ଗୁଚ୍ଛ ଦେଇ ଗାଁ ମୁଣ୍ଡ ରୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ, ଆଚାର୍ଯ୍ୟ ଆନ୍ତିନିଏଲ୍ ମଣ୍ଡଳ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ସ୍ୱାଗତ କରିଥିବା ବେଳେ କାର୍ଯକ୍ରମ ଶେଷ ରେ ଗଜପତି ପାଷ୍ଟ ରେଟ୍ ୟୁନିଅନର ର ସମ୍ପାଦକ ରମାକାନ୍ତ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନିତିନ, ପରସ ଓ ପ୍ରସନ୍ନଙ୍କ ମ୍ୟୁଜୀକ ଟିମ୍ ଭକ୍ତି ସଙ୍ଗୀତ ପରିଚାଳନା କରିଥିଲେ । ବିଥଳପାଷ୍ଟ ରେଟର ସମସ୍ତ କର୍ମକର୍ତ୍ତା, କମିଟି ସଦସ୍ୟ ଦ୍ଵାରା ଏହି ମହାସଭା ର ଆୟୋଜନ କରିଥିବା ବେଳେ ଅଞ୍ଚଳ ର ଆଠଗୋଟି ପାଷ୍ଟରେଟ ବିଥଳ , ଗଡମା, ତୋରାଣି ପାଣି, ଡେଙ୍ଗା ଆମ୍ବ, ଭାଲିଆ ଗୁଡା, କୁରୁମା, ମେରାମା ଓ କଇଠ ପଦା, ସମେତ କନ୍ଧମାଳ ଓ ଗଜପତି ସୀମାନ୍ତ ଅଞ୍ଚଳରୁ ବିଭିନ୍ନ ମଣ୍ଡଳୀର ଶତାଧିକ ବିଶ୍ବାସୀ ମାନେ ଯୋଗ ଦେଇ ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରିଥିଲେ ।