କଳିଙ୍ଗା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ” ନୂତନ ଶିକ୍ଷା ନୀତି 2020ର ବିଷୟବସ୍ତୁରେ ଶିକ୍ଷକ ଶିକ୍ଷାର ପାରାଡ଼ିଗମ୍ ପରିବର୍ତ୍ତନ ” ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଉଦଘାଟିତ…

ଅନୁସନ୍ଧାନ ଭାରତ(ବ୍ୟୁର): ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, କଳିଙ୍ଗା, ପକ୍ଷରୁ ନୂତନ ଶିକ୍ଷା ନୀତି 2020 ର ବିଷୟବସ୍ତୁରେ ଶିକ୍ଷକ ଶିକ୍ଷାର ପାରାଡ଼ିଗମ୍ ପରିବର୍ତ୍ତନ ” ଆୟୋଜିତ ଶୀର୍ଷକରେ ଦୁଇ ଦିନିଆ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଶନିବାର ଉଦ୍‌ ଘାଟିତ ହୋଇଯାଇଛି I ପ୍ରଥମ ଦିନ ପ୍ରଥମ ଅଧିବେଶନରେ ଗଣିତ ବିଭାଗର  ଆସିଷ୍ଟାଣ୍ଟ ପ୍ରଫେସର ଡ.ଦୀପକ କୁମାର ମହାନ୍ତି ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ସ୍ମୃତିଶିଖା ଗୁରୁ ସଭାସଞ୍ଚାଳନ କରିଥିଲେ I ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ପରେ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା I ତତ୍ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ପ୍ରଫେସର ଡ. ମନୋଜ କୁମାର ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିମଳ ଚରଣ ସ୍ୱାଇଁ ଯୋଗ ଦେଇ  ନୂତନ ଶିକ୍ଷା ନୀତି ରେ ଶିକ୍ଷାର କିପରି ଗୁଣାତ୍ମକ ମାନ ବୃଦ୍ଧି ପାଇବ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ I ସମ୍ମାନିତ ଅଥିତି ଭାବେ  ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁବାଷ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ I ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡ. ମନୋଜ କୁମାର ପ୍ରଧାନ ସ୍ବାଗତ ଭାଷଣ ପରେ ଆଜିର ଏହି  ଆଲୋଚନାଚକ୍ର ବିବରଣୀ  ଅତୀତ ଏବଂ ବର୍ତ୍ତମାନରେ TE ଅନ୍ତର୍ଭୂକ୍ତ ଶ୍ରେଣୀଗୃହ ପାଇଁ ତେ ଏବଂ ITEP ଭବିଷ୍ୟତ l ଶିକ୍ଷକ ଶିକ୍ଷା କ୍ଷେତ୍ରରେ ସମସ୍ୟା ଏବଂ ସମାଧାନର ଯୋଜନା ଏବଂ କାର୍ଯ୍ୟାନ୍ୱୟନ  ବିବରଣୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ ତତ୍ ସହିତ ଦେଶରେ ନୂତନ ଶିକ୍ଷା ନୀତି 2020 କିପରି ନୂତନ ପୀଢ଼ିକୁ ଉନ୍ନତ ପ୍ରଥରେ ଅଗ୍ରସର କରାଇ ନେବ ଡ. ପ୍ରଧାନ କହିଥିଲେ I ହାଇଦ୍ରାବାଦ ବିଶ୍ବ ବିଦ୍ୟାଳୟର ପୂର୍ବତନ ଡିନ୍ ତଥା ଇଂରାଜୀ ବିଭାଗର ପ୍ରଫେସର ଜି.ରାଜଗୋପଲ୍ , ଭୋପାଳ ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ବି.ରମେଶ ବାବୁ , ପ୍ରଫେସର ପୂର୍ଣ୍ଣଚନ୍ଦ୍ର ବେହେରା ,ଡ. ଅଶୋକ ଦିଗାଲ ଅନ୍ଲାଇନ୍‌ ମାଧ୍ୟମରେ ଯୋଡ଼ି ହୋଇଥିଲେ I ପ୍ରଥମ ଅଧିବେଶନରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହିଥିଲେ। ଉଦ୍‌ଘାଟନ ସମାରୋହ କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଅଧ୍ୟକ୍ଷ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଏହି ଜାତୀୟ କର୍ମଶାଳର  ସହ-ସଂଯୋଜକ ଆସିଷ୍ଟାଣ୍ଟ ପ୍ରଫେସର ସୁବ୍ରତ କୁମାର ପାଢ଼ୀ, ମୋନାଲିସା ନାୟକ, ସୌମ୍ୟରଞ୍ଜନ ନାୟକ, ଭେଙ୍କେଟେସ ରେଡ୍ଡୀ, ସୁଶାନ୍ତ କୁମାର ରଣା, ବିକ୍ରମ କୁମାର ପ୍ରଧାନ,ବିଚିତ୍ର କୁମାର ବେହେରା,ଲକ୍ଷ୍ମୀପ୍ରିୟା ନାୟକ ତଥା ମହାବିଦ୍ୟାଳୟର ସମସ୍ତ ସହକର୍ମୀ ଏବଂ ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ I ଜାତୀୟ କର୍ମଶାଳା ସଂଯୋଜକ ତଥା ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ସଦାନନ୍ଦ ମେହେର ଏହି କର୍ମଶାଳା ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ I ଏହି କର୍ମଶାଳା ଦୁଇ ଦିନ ଧରି ଅନୁଷ୍ଠିତ ହେବା ସହିତ ଆଗାମୀ ଦିନରେ ନୂତନ ଶିକ୍ଷକ ପାଇଁ ଶିକ୍ଷାର କିପରି ଗୁଣାତ୍ମକ ବିକାଶ ହେବ ସେ ମତ ବ୍ୟକ୍ତ କରି ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ I