ବାପାକୁ ଆକ୍ରମଣ ଅଭିଯୋଗ, ପୁଅ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ବାପାକୁ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ। ଏଭଳି ଏକ ଘଟଣା ଘଟିଛି ତାରସିଂ ଥାନା ଅଧିନ ସମାରଡା ଗ୍ରାମରେ। ପୁଅ ଆକ୍ରମଣ କରିଥିବା ନେଇ ବାପା ଅଭିଯୋଗ କରିବାରେ ପରେ ପୁଲିସ୍ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି। ସାମରଡା ଗ୍ରାମର ବିଶ୍ବନାଥ ବିଷୋୟୀ(୬୩)ଙ୍କ ପୁଅ କାଳିଆ ବିଷୋୟୀ ଆଜି ପାରିବାରିକ ଘଟଣାକୁ ନେଇ ଝଗଡା କରିବା ସହ ଗାଲକୁ କାମୁଡିବା ସହ ତଣ୍ଟିକୁ ଚିପି ମାରିବା ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ପାଟିତୁଣ୍ଡ ଶୁଣି ପଡୋଶୀ ଘର ଲୋକ ମାନେ ଆସି ବିଶ୍ବନାଥଙ୍କୁ ଉଦ୍ଧାର କରିଥିଲେ। ଏହାପରେ ବିଶ୍ବନାଥ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନମ୍ବର ୬୦/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତୀ ଶବର ପ୍ରକାଶ କରିଛନ୍ତି। ଏଥିପୂର୍ବରୁ ମଧ୍ୟ ତାର ନାମରେ ୨ଟି ମାମଲା ରହିଥିବା ସେ କହିଛନ୍ତି।