ରା.ଉଦୟଗିରି ପୁଲିସର ବଡ ସଫଳତା,୧୦ ବର୍ଷ ପରେ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ରା ଉଦୟଗିରି ପୁଲିସ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗତ ଦଶ ବର୍ଷ ପୂର୍ବେ ଅର୍ଥାତ ୦୩.୧୦.୨୦୧୬ ତାରିଖ ଦିନ ପ୍ରାୟ ୧:୩୦ ମିନିଟ୍ ସମୟରେ ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ପୋଷ୍ଟ ଅଫିସ୍ ଅଧୀନ ନୂଆସାହି ଗ୍ରାମର ବାସିନ୍ଦା କାଞ୍ଜି ଗୋମାଙ୍ଗ (୭୦), ପିତା–ସ୍ୱର୍ଗତ ତିଲୁଙ୍ଗା ଗୋମାଙ୍ଗ, ତାଙ୍କର ପ୍ରାୟ ୧୬ ବର୍ଷ ବୟସର ନାବାଳିକା ଝିଅଙ୍କୁ ଅପହରଣ କରାଯାଇଥିବା ନେଇ ଆରା ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ରା ଉଦୟଗିରି ଥାନାରେ କେସ୍ ନମ୍ବର ୬୪/୨୦୧୬ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ନିଖୋଜ ନାବାଳିକା କେଶମଣି ଗମାଙ୍ଗଙ୍କୁ ଖୋଜିବା ପାଇଁ ପୁଲିସ୍ ଟିମ୍ ପକ୍ଷରୁ ନିରନ୍ତର ଏବଂ ବ୍ୟାପକ ପ୍ରୟାସ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଅନେକ ଥର ଚଢ଼ାଉ ଓ ଖୋଜାଖୋଜି କରାଯାଇଥିଲା । ସେ କାମ କରୁଥିବା ସନ୍ଦେହରେ ତାଙ୍କୁ ଖୋଜିବା ପାଇଁ ତାମିଲନାଡୁର କନ୍ୟାକୁମାରୀ ଏବଂ ହାଇଦ୍ରାବାଦର ବିଭିନ୍ନ କମ୍ପାନୀ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ମଧ୍ୟ ପୁଲିସ୍ ଟିମ୍ ତଦନ୍ତ ଓ ଖୋଜାଖୋଜି କରିଥିଲା । ଅନେକ ପ୍ରତିକୂଳ ପରିସ୍ଥିତି ଏବଂ ପ୍ରାୟ ଦଶ ବର୍ଷର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ ଟିମ୍ ନିଖୋଜ ନାବାଳିକାଙ୍କ ସନ୍ଧାନ ଜାରି ରଖିଥିଲା । ଶେଷରେ, ଦୀର୍ଘଦିନ ଧରି ଚାଲିଥିବା ତଦନ୍ତ ଏବଂ ନିରନ୍ତର ପ୍ରୟାସର ଫଳସ୍ୱରୂପ ରା ଉଦୟଗିରି ପୁଲିସ୍ ଟିମ୍ ପ୍ରାୟ ୧୦ ବର୍ଷ ପରେ ବାଲେଶ୍ୱରରୁ ନିଖୋଜ ନାବାଳିକା କେଶମଣି ଗମାଙ୍ଗଙ୍କୁ ସଫଳତାର ସହ ଠାବ କରି ଉଦ୍ଧାର କରିଛି ।