ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବାନ୍ଦାମେରା ପଡ଼ିଆଠାରେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ମଣ୍ଡଳୀ ପକ୍ଷରୁ ପ୍ରଥମଥର ପାଇଁ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ତଥା ବକ୍ତା ଭାବେ ରେଭରେଣ୍ଡ ସୌଲ୍ବୀନ ଥାମାସ ଯୋଗଦେଇ ବାଇବଲର ବାଣୀ “ମନ ପରିବର୍ତ୍ତନ କର, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ” ଶୀର୍ଷକ ପ୍ରସଙ୍ଗରେ ଧାର୍ମିକ ଉପଦେଶ ପ୍ରଦାନ କରିଥିଲେ । ପାପର ପଥରୁ ଦୂରେଇ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ ରଖିବା ସହ ତାହାକୁ ଜୀବନରେ ପାଳନ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଣ୍ଡଳୀର ସଦସ୍ୟମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରି ମଞ୍ଚକୁ ପାଛୋଟି ନେଇଥିଲେ । ପାଳକ ଚିତ୍ରସେନ କାର୍ଜିମାଝୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ପାଳକ ଅମୀର ପଡ୍ରା ଓ ଆମୋଷ ମାଝୀ ପ୍ରାର୍ଥନା ସଭା ପରିଚାଳନା କରିଥିଲେ । ଶେଷରେ କେନ୍ଦ୍ରୀୟ କମିଟିର କୋଷାଧ୍ୟକ୍ଷ ପ୍ରଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।