ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ସଂଧ୍ୟା ସାତଟା ତିରିଶି ବେଳେ କୌଣସି କାରଣରୁ ଵିକ୍ରାନ୍ତ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଦ୍ଵାରା ପ୍ରାଥମିକ ସୂଚନା ପ୍ରକାରେ କୋଡ଼ିଏ ଜଣ ଆହାତ ହୋଇଥିବା ବେଳେ ଜଣେ ଗୁରୁତ୍ତର ଥିବା ସୂଚନା ମିଳିଛି । ବସଟି ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡ଼୍ରାଇଭରର ସଜାଗ ଯୋଗୁଁ ବଡ ବିପତ୍ତି ଟଳି ଯାଇଥିବା ଶୁଣିବାକୁ ମିଳିଛି । ଆହତଙ୍କୁ ନିକଟ ଖଜୁରୀ ପଦା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି । ଘଟଣା ସ୍ଥଳରେ ରାୟଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।