ରତ୍ନପୂର ଛକ ଠାରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଆହତ..

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ରତ୍ନପୂର ଛକ ଠାରେ ଆଜି ଅପରାହ୍ନ ତିନିଟା ବେଳେ ବାଇକ୍ ଦୁର୍ଘଟଣା ଘଟିଛି । କୃଷ୍ଣପୁର ଗ୍ରାମରୁ ରାୟଗଡ଼ ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇ ଥିଲା । ଯାହା ଫଳରେ ଦୁଇ ବାଇକ ଆରୋହୀ ଆହାତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦୁଇ ଆହାତଙ୍କୁ ଅଗ୍ନିସମ ବାହିନୀର ସହଯୋଗରେ ଉଦ୍ଧାର କରି ରାୟଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ଥିଲେ । ଦୁଇ ଆହତ ହେଲେ ମୀକୁ ଗୌଡ ଏବଂ ଜଗନ୍ନାଥ୍ ଶବର ବୋଲି ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜାଣି ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳକୁ ରାୟଗଡ଼ ଥାନା ଅଧିକାରୀ ପଂହଞ୍ଚି ଘଟଣାର ତଦନ୍ତ କରି ଥିଲେ ।