ଦୋମୁହାଣୀରେ ଧାନମଣ୍ଡି ଶୁଭାରମ୍ଭ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ହରିଗଡ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ଦୋମୁହାଁଣୀ ପଞ୍ଚାୟତ ଠାରେ ସଭାପତି ରାଜକୁମାର ସାହୁ, ସମ୍ପାଦକ ଜିତୁ କୁମାର ଗୌଡ଼, ଡିଓ, ଯୋଗେଶ୍ଵର ନାୟକ, ବରିଷ୍ଟ ଚାଷୀ ରବି ମଲ୍ଲିକ, ସୁରେନ୍ଦ୍ର ଗୌଡ଼, ବୁବୁ ରଥ, ତ୍ରିଲୋଚନ ଗୌଡ଼, ଦେବୀ ପ୍ରସାଦ ସାହୁ, ପାଣୁ ଗୌଡ଼ଙ୍କ ସମେତ ହରିଗଡ଼ ଓ ଦୋମୁହାଣି ଦୁଇ ପଞ୍ଚାୟତର ବହୁ ଚାଷୀଙ୍କ ଉପସ୍ଥିତରେ ଏହା ଶୁଭାରମ୍ଭ ହୋଇଛି । ଚଳିତ ବର୍ଷ ଏହି ସେବା ସମବାୟ ସମିତି ଜରିଆରେ ୨୫୩ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ କରିଥିବା ବେଳେ ଏ ନେଇ ଆବଶ୍ୟକୀୟ ଟାର୍ଗେଟ ଆସିଥିବା ଜଣାପଡିଛି ।