ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ବି. କମ୍ପାନୀ ୧୩୬ ବିଏସଏଫ ବାଟାଲିୟନ ତରଫରୁ ଆଜି ଜନ କଲ୍ୟାଣ କାର୍ଯ୍ୟକ୍ରମ ମାଗଣା “ଚକ୍ଷୁ ସେବା ଶିବିର” ଅନୁଷ୍ଠିତ ହୋଇଛି । ଆଜି ସକାଳ ୧୦ ଘଣ୍ଟା ସମୟରେ ୧୩୬ ବିଏସଏଫ ବାଟାଲିୟନ କ୍ୟାମ୍ପ ପରିସରରେ ୧୩୬ ବାଟାଲିଆନର ଆସିଷ୍ଟାଣ୍ଟ କମାଣ୍ଡ ଶ୍ରୀ ନିର୍ମଳ ଦାସଙ୍କ ନେତୃତ୍ୱରେ ମାଗଣା ଚକ୍ଷୁ ସେବା ଶିବିର ଅନୁଷ୍ଠିତ ହୋଇଛି ।.କିଛି ଦିନ ତଳେ ତିନୋଟି ପଞ୍ଚାୟତର ଜନ ପ୍ରତିନିଧି ଓ ଜନସାଧାରଣଙ୍କୁ ନେଇ ଏକ ସଚେତନତା ଶିବିର ବିଏସଏଫ କ୍ୟାମ୍ପ ପରିସରରେ ହୋଇଥିଲା । ସେହି ଶିବିରରେ ୧୩୬ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ନିର୍ମଳ ଚନ୍ଦ୍ର ଦାସ ଆଗାମୀ ଦିନରେ ଏକ ମାଗଣା ଚକ୍ଷୁ ସେବା ଶିବିର କରାଯିବ ବୋଲି କହିଥିଲେ । ଆଜି ୧୩୬ ବିଏସଏଫ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟଙ୍କ ନେତୃତ୍ୱରେ ସ୍ଥାନୀୟ ସରପଞ୍ଚ କୁମୁଦିନୀ ମଲିକ, ସମାଜସେବୀ ପରମାନନ୍ଦ ନାୟକ, ମିଲନ ଦିଗାଲ, ଉମାଚରଣ ଦିଗାଲ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତିନୋଟି ପଞ୍ଚାୟତରୁ ପାଖାପାଖି ୧୫୦ ଜଣ ନିଜ ନିଜର ନାମ ପଞ୍ଜିକରଣ କରି ମାଗଣାରେ ଚକ୍ଷୁ ପରୀକ୍ଷା କରିଥିଲେ । ଉନ୍ନତ ମାନର ଯନ୍ତ୍ରପାତି ଓ ଚକ୍ଷୁ ଡାକ୍ତର ମାନଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ଥିବା ପାଖାପାଖି ୬୫ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯିବ ବୋଲି କହିଥିଲେ ୧୩୬ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ନିର୍ମଳ ଚନ୍ଦ୍ର ଦାସ । ଏହି ପରି ମାଗଣା ଚକ୍ଷୁ ସେବା ଶିବିର କାର୍ଯ୍ୟକ୍ରମ ପାଇଁ ଅଞ୍ଚଳର ଲୋକମାନେ ବହୁତ ଖୁସି ଥିବା କହିଛନ୍ତି । ଆଗାମୀ ଦିନରେ ବାରଖମା, ରେବୀଙ୍ଗିଆ, ସୁଡ୍ରା ତିନୋଟି ଗ୍ରାମ ପଞ୍ଚାୟତର କିଛି ଅସହାୟ ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଆବଶ୍ୟକୀୟ ସାମଗ୍ରୀ ମାଗଣା ବଣ୍ଟନ କରାଯିବ ବୋଲି କହିଥିଲେ ୧୩୬ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ନିର୍ମଳ ଚନ୍ଦ୍ର ଦାସ ।