ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେଲା ଅଷ୍ଟପ୍ରହରୀ ନାମ ଯଜ୍ଞ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ଗତକାଲିଠାରୁ ନାମ ଯଜ୍ଞ କରାଯାଉଥିଲା । ଏହି ଅବସରେ ଅଷ୍ଟ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ, ଶେଷ ଦିନରେ ଯୋଗ ଦେଲେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର l ବୁଧବାର ଦିନ ୧ ଘଣ୍ଟିକା ସମୟରେ ମକରମେଳା ଅବସରରେ ଅନୁଷ୍ଠିତ ହୋଇଥିବା ଅଷ୍ଟପ୍ର‌ହର ନାମଯଜ୍ଞ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ଥ ନଦିଆକିର୍ତନ ଦଳକୁ ପ୍ରମାଣପତ୍ର ବଣ୍ଟନ କରିଛନ୍ତି l ଶେଷରେ ଶ୍ରଦ୍ଧାଳୁମାନଙ୍କ ସହ ବାଲିଗୁଡା ବିଧାୟକ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଛି l