ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦର ୩ୟ ବାର୍ଷିକ ସାଧାରଣ ବୌଠକ ଅନୁଷ୍ଠିତ…

ବାଲିଗୁଡ଼ା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ୧୪ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ନାୟବ ସରପଞ୍ଚ, ୱାର୍ଡ ମେମ୍ବର ଭାବେ ମିଳିତ ତ୍ରି ସ୍ତରୀୟ ଉତ୍ସବ ପାଳନ କରିଛନ୍ତି l ପଞ୍ଚାୟତ ନିର୍ବାଚନ ପରେ ତିନି ବର୍ଷ ପୂର୍ତ୍ତି ହେଇ ଯାଇଛି l ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତର ଜନ ପ୍ରତିନିଧି ଅନେକ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟ କରି ଆସିଛନ୍ତି l ପ୍ରତ୍ୟକ ପଞ୍ଚାୟତର ଜନ ହିତକାର୍ଯ୍ୟ ଗୁଡ଼ିକ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରି ଛନ୍ତି l ସେହିପରି ବାଲିଗୁଡ଼ା ମେଡିକାଲ ଡାକ୍ତର ଓ ରକ୍ତ ଅଭାବ, ପଞ୍ଚାୟତ ଗୁଡ଼ିକରେ ବିଦ୍ୟୁତ ଓ ରାସ୍ତା ଘାଟ ସମସ୍ୟା, ଭତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉ ଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଜନ ପ୍ରତିନିଧି l ଆଜି ପ୍ରଥମରେ ସମ୍ମାନିତ କରିଥିଲେ ପଚିଶି ବର୍ଷ ୱାର୍ଡ ମେମ୍ବର ରହିଥିବା ବାଟାଗୁଡା ପଞ୍ଚାୟତର ଶ୍ରୀମତୀ ମନିକା ମଲ୍ଲିକଙ୍କୁ ବାଲିଗୁଡ଼ା ତହସିଦାର ମାନପତ୍ର ଦେଇ ସନମ୍ମାନୀ କରି ଥିଲେ l ସେହିପରି ବାଲିଗୁଡ଼ା ବ୍ଲକରେ ସମସ୍ତ ସମସ୍ୟାରେ ପହଞ୍ଚୁ ଥିବା ସମାଜ ସେବୀ ଶ୍ରୀ ଅରୁଣ କୁମାର ନାୟକଙ୍କୁ ସ୍ବାଗତଂ କରି ମାନପତ୍ର ପ୍ରଦାନ କରି ଥିଲେ l ଶ୍ରେଷ୍ଠ ଏବଂ ଦକ୍ଷ ସରପଞ୍ଚଙ୍କୁ ସମ୍ମାନିତ କରିଛନ୍ତି ଶ୍ରୀ ଅଶୋକ ମଲିକ ଏବଂ ପରମପଙ୍ଗା ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀ ସ୍ୱାଧିନ ଦିଗାଲକୁ ଶ୍ରେଷ୍ଠ ନାଏବ ସରପଞ୍ଚ ଭାବରେ ମାନ ପତ୍ର ପ୍ରଦାନ କରିଥିଲେ ମୂଖ୍ୟ ଅତିଥି । ଏହି କାର୍ଯ୍ୟକ୍ରମ ମୁଖ୍ୟଅଥିତି ଭାବେ ବାଲିଗୁଡ଼ା ତହସିଦାର ଶ୍ରୀ ଦୀପ୍ତି ପ୍ରକାଶ ବେହେରା, ସମ୍ପାଦକ ଅଶୋକ ମଲିକ, ଉପଜେଷ୍ଟ ଶ୍ରୀ ଅଭିରାମ ରଣା, ସିନ୍ଦ୍ରୀଗାଁ ସରପଞ୍ଚ ଶ୍ରୀ ରଘୁନାଥ ମଲ୍ଲିକ ମଲିକ, ଖୋମନକଲ ସରପଞ୍ଚ ଶ୍ରୀ ଅଭିରାମ ରଣା, ରଞ୍ଜିତ କୁମାର ଦିଗାଲ ଯୋଗ ଦେଇଥିବା ବେଳେ ବୁଦ୍ରୁକିଆ ସରପଞ୍ଚ, ପରମପଙ୍ଗା ସରପଞ୍ଚ, ସାଲାଗୁଡା ସମିତି ସଭ୍ୟ, ଲଣ୍ଡାଙ୍ଗା ଓ ସମିତି ସଭ୍ୟ ଶ୍ରୀ ପରମାନନ୍ଦ ନାୟକ ସଭା ପରିଚାଳନା କରିଥିଲେ l