କ.ନୂଆଗାଁ ବନ୍ୟାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବାଲିଗୁଡା ବନଖଣ୍ଡ ଡ଼ି.ଏଫ.ଓ ବିଶ୍ଵରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି କ.ନୂଆଗାଁ ବନାଞ୍ଚଳ ସ୍ତରୀୟ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲଚନା ଦଳବେହେରା, କ.ନୂଆଗାଁ ସାଂସଦଙ୍କ ବ୍ଲକ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝି, ବାଲିଗୁଡା ଉପ ବନାଞ୍ଚଳ ଅଧିକାରୀ ଡି.ସୁବାଷ, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କ.ନୂଆଗାଁ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁର ମଞ୍ଚ ପରିଚାଳନା କରିଥିବା ବେଳେ ସୁଶାନ୍ତ କୁମାର ବୈଶାଖୀ ଉପସ୍ଥିତ ଥିବା ସମସ୍ତଙ୍କୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଗାର୍ଡ ଧର୍ମେନ୍ଦ୍ର ଦିଗାଲ, ପୁପିଙ୍ଗା ମଲିକ, ସୁବ୍ରତ ନାୟକ, ପାର୍ବତୀ ମଲିକ, ସୁଜାତା ସାହୁଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତିର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷରୁ ନିବୃତ, ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟରେ ଗଛ ତଳେ ନିଆଁ ନ ଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ କରିବା ନିମନ୍ତେ ଉପଦେଶ ଦେଇଥିଲେ ।