ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର କଂଗ୍ରେସ ପକ୍ଷରୁ ବୁଧବାର ଜୋନ ସ୍ତରୀୟ ବନ୍ଧୁ ମିଳନ କାଯ୍ୟକ୍ରମ ତୁରୁମୁ ପଞ୍ଚାୟତର ସୋରିଷମୁଳି ଠାରେ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ଆୟୋଜିତ କାଯ୍ୟକ୍ରମରେ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ଓ କେନ୍ଦ୍ରରେ ଚାଲିଥିବା ଡବଲ ଇଞ୍ଜିନ ସରକାରକୁ ଝୁମୁଲା କହିବା ସହ ୬ମାସର ରାଜ୍ୟ ସରକାର ଲୋକଙ୍କ ବିଶ୍ୱାସ ହରାଇଲାଣି । ଆଗାମୀ ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିବ ବୋଲି ଶ୍ରୀ ବିଷୋୟୀ କହିଥିଲେ । କଂଗ୍ରେସ ଦଳର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ରାହୁଲ ଗାନ୍ଧୀଙ୍କ ବଢୁଥିବା ଲୋକ ପ୍ରିୟତାକୁ ଭରଷା କରି ତୁରୁମୁ ପଞ୍ଚାୟତର ବହୁ ଅସନ୍ତୁଷ୍ଟ ବିଜେଡି ଓ ବିଜେପି କର୍ମୀ ଦଳରେ ସାମିଲ ହୋଇଥିଲେ । ୫୨ନଂ ଜୋନରୁ ପ୍ରଫୁଲ୍ଲ ସ୍ବାଇଁ,ସନ୍ତୋଷ ଗୌଡ଼, ପାଣୁ ଗୌଡ଼, ବିଜୟ ପ୍ରଧାନ, ରଙ୍କନିଧି ଗୌଡ଼, ମିଟୁ ଗୌଡ଼, ବଂଶୀଧର ପ୍ରଧାନ, ବାବୁ ଗୌଡ଼ଙ୍କ ସମେତ ଶତାଧିକ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲମାଳ ଦେଇ ଶ୍ରୀ ବିଷୋୟୀ ଦଳକୁ ସ୍ୱାଗତ କରିଥିଲେ । ଆସ୍କା ଲୋକସଭା ପ୍ରାଥୀ ଦେବକାନ୍ତ ଶର୍ମାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦଳୀୟ ସଙ୍ଘଠନକୁ ମଜବୁତ କରାଯିବା ସହ ଏଭଳି କାଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ବିଷୋୟୀ କହିଛନ୍ତି ।