ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୪-୨୦୨୫ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାମଗିରି ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଦଣ୍ଡପାଣି ବଡମୁଣ୍ଡି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଗୋପାଳ ଦଳେଇ ଯୋଗଦାନ କରି କୁନି କୁନି ଛୁଆମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ମେଡାଲ,ସିଲ୍ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ଵାରା ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ କାର୍ଯ୍ୟକ୍ରମଟି ଉତ୍ସବମୁଖର ହୋଇଉଠିଥିଲା । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା, ରାମଗିରି ଗ୍ରାମପଞ୍ଚାୟତର ସରପଞ୍ଚ ସସ୍ମିତା କାର୍ଜୀ, ହାଟପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗିରିଧାରୀ ବଡ଼ନାୟକ ଏବଂ ରାମଗିରିର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା – ଶ୍ରୀ ବ୍ରଜକିଶୋର ମାର୍ଥୀ, ଶ୍ରୀ ରବିନାରାୟଣ ପାଇକରାୟ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରକିଶ କୁମାର ଜେନା ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ।ପ୍ରାୟ ୧୫୦ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ଗୌଡ଼ ବିବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।