ରା.ଉଦୟଗିରି(ଆକାଶ ଦାସ): ରା.ଉଦୟଗିରିରେ ନୂତନ ବର୍ଷ ଉପଲକ୍ଷେ ସଧବା ଏବଂ ବିଧବା ବାପା ମାଁ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି l ଏପରି ମହାନତା କାର୍ଯ୍ୟ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଣାଲାଇ ଖ୍ରୀଷ୍ଟିୟlନ ସାହିର ଶ୍ରୀ ବିଭୁଦତ ପାଣି କରିଛନ୍ତି l କାରଣ ପାଣିଙ୍କ ପରିବାରର ମାନତ ଅନୁଯାଇ ପ୍ରଥମେ ରଣାଲଇ ମଣ୍ଡଳୀର କର୍ମକର୍ତ୍ତାମାନଙ୍କୁ ଡାକି ପରିବାରରେ ପ୍ରଥମେ ପ୍ରାର୍ଥନା କଲାପରେ ଗ୍ରାମର ସଧବା ବାପା ଏବଂ ବିଧବା ମାଁ ମାନଙ୍କୁ ପ୍ରାୟ ୫୦ ରୁ ୫୨ ଜଣଙ୍କୁ ଉଲେନ ସଲ୍ ପ୍ରଦାନ କରିଥିଲେ । ଏହି ଶୀତ ବସ୍ତ୍ର ପାଇ ସଧବା ବାପା ଏବଂ ବିଧବା ମାଁମାନେ ବହୁତ ଖୁସୀ ହୋଇଛନ୍ତି । ଏବଂ ସେହି ପରିବାରକୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି l ବିଭୁଦତ୍ତ ପାଣି ଏହି ମହାନ କାର୍ଯ୍ୟ କରି ନିଜ ପରିବାର ପାଇଁ ଆଶିର୍ବାଦ ଆଣିଛନ୍ତି l