ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ସାତଟି ଗ୍ରାମର ସମସ୍ତ ବିଦ୍ୟାଳୟକୁ ଯାଉଥିବା ୩୬୯ ( ପ୍ରଥମ ଠାରୁ ଦଶମ) ଛାତ୍ର ଛାତ୍ରୀ ମାନଙ୍କୁ FFVFP ପ୍ରୋଗ୍ରାମ ଦ୍ଵାରା, CCD ଅନୁଷ୍ଠାନ ପକ୍ଷରୁ ଲିନ୍ସି ଫାଉଣ୍ଡେସନ ସହାୟତାରେ , ନୂଆ ବର୍ଷରେ ଶିକ୍ଷା ଉପକରଣ ପ୍ରଦାନ କରାଯାଇଛି ଯଥା -(ଖାତା, କଲମ, ପେନସିଲ, କମ୍ପାସ, ସ୍କୁଲ ବେଗ) ଇତ୍ୟାଦି । ଏହି ଶିକ୍ଷା ଉପକରଣ ଗୁଡିକ ସ୍ଥାନୀୟ ଏଙ୍ଗାର୍ଶିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କୁମାରୀ କାର୍ଜୀ, ଜିରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରିଷ୍ପା ଭୂୟାଁ, ଗ୍ରାମର ୱାର୍ଡ ମେମ୍ବର ୭ଟି ଗ୍ରାମର ଗ୍ରାମ ଉନ୍ନୟନ କମିଟିର ସଦସ୍ୟମାନଙ୍କ ହସ୍ତରେ ଏହି ଶିକ୍ଷା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଏହାର ମୂଳ ଉଧ୍ୟେଶ ଥିଲା ଯେ ସମସ୍ତ ପିଲା ଶିକ୍ଷା ଉପକରଣ ପାଇ ବିଦ୍ୟାଳୟକୁ ପ୍ରତ୍ୟେକ ଦିନେ ଯିବେ, ପାଠପଢ଼ାରେ ଉତ୍ସାହ ସହ ଉନ୍ନତି ଆଣିବା । ଯାହାଦ୍ବାରା ପିଲାମାନେ ଶିକ୍ଷା ଉପକରଣ ପାଇଁ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ । ଏହି କାର୍ଯ୍ୟକ୍ରମକୁ CCD ଅନୁଷ୍ଠାନର ସମ୍ପାଦକ ଶ୍ରୀ ଏ. ଜଗନ୍ନାଧା ରାଜୁଙ୍କ ନିର୍ଦ୍ଧେଶକ୍ରମେ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ବିଜୟ କେଶରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ରେ ଶିକ୍ଷା -ପ୍ରୋଜେକ୍ଟ ଅଫିସର ଦେବାଶିଷ ପାଇକ ପରିଚାଳନା କରିଥିଲେ । ଅନ୍ୟ ପ୍ରୋଜେକ୍ଟ ଅଫିସର ଯଥା ଜୟଲକ୍ଷ୍ମି, ନିରଞ୍ଜନ, ଚନ୍ଦ୍ର ଶେଖର, ମମତା ପାତ୍ର ସହଯୋଗ କରିଥଲେ ।