ଘୁ.ଉଦୟଗିରି ଏନଏସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ତା ଭୋଟ ଗ୍ରହଣ, ଫଳାଫଳ ଘୋଷଣା ସ୍ଥଗିତ ନିର୍ଦ୍ଧେଶ ଦେଲେ ମାନ୍ୟବର କୋର୍ଟ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଏନଏସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନସ୍ତା ପ୍ରସ୍ତାବ ନାଟକରେ ଆଜି ଟୁଇଷ୍ଟ ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ତାରିଖ ସମୟ ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଏବଂ କାଉନସିଲରମାନେ ଏନଏସି ଅଫିସରେ ପହଞ୍ଚି ଥିଲେ ।ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେଵଶ୍ମିତା ଶତପଥୀ ବିଳମ୍ବରେ ପହଞ୍ଚିଥିବାର ଦେଖିବାକୁ ମିଳିଥିଲା । ଅନସ୍ତା ଆଣିଥିବା ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ଆଉ ଦୁଇ ୪ ନଂ ୱାର୍ଡ କାଉନସିଲର ମୋନାଲିଶା ଦଳବେହେରା ଏବଂ ୧୨ନଂ ୱାର୍ଡ କାଉନସିଲର ନନ୍ଦିତା ପ୍ରଧାନ ଅନୁପସ୍ଥିତ ଥିଲେ । ବୈଠକ ଆରମ୍ଭ ହୋଇଥିଲା ହେଲେ ଅନସ୍ତାକୁ ନେଇ ଆଲୋଚନା ହୋଇପାରିନଥିଲା l କାରଣ ଏହି କାଉନସିଲରମାନେ ଅନୁପସ୍ଥିତ ଥିଲେ । ନିର୍ଦ୍ଧାରିତ ସମୟରେ ଅନାସ୍ତାକୁ ନେଇ ଏନଏସି କାଉନସିଲ ବୈଠକ ଗୃହରେ ଭୋଟ ଅନୁଷ୍ଠିତ ହୋଇଥିଲା । ଅନାସ୍ତା ଆଣିଥିବା ୯ଜଣ କାଉନସିଲର ଯଥା ସଂଗୀତା ନାୟକ, ନିଶାରାଣୀ ନାୟକ, କୁନ୍ତୀମା ମଲିକ, ସଂଜୀବ ପାତ୍ର, ଜାକେଶ ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଛା, ଭାରତୀ ବେହେରା, ଲିପିକା ପ୍ରଧାନ ଏବଂ ଦୀପକ ପ୍ରଧାନ ଅନାସ୍ତା ଭୋଟରେ ଭାଗ ନେଇ ମତଦାନ କରିଥିବା ବେଳେ ୬ନଂ ୱାର୍ଡ କାଉନସିଲର ଶିଧେଶ୍ୱରୀ ନାୟକ ଭୋଟ ଦାନରୁ ବିରତ ରହିଥିଲେ । ଅନାସ୍ତାକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା l ଏହାସହ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଥିବା ଦେଖୁବାକୁ ମିଳିଥିଲା । ଭୋଟ ପରେ ଭୋଟ ବାକ୍ସକୁ ସିଲ କରାଯାଇଥିଲା ।ଅତିରିକ୍ତ ଜିଲ୍ଲାପାଳ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପ୍ରକାରେ ସମସ୍ତ ଅନାସ୍ତାର ସମସ୍ତ ପ୍ରକ୍ରିୟା କରାଯିବ କିନ୍ତୁ ଫଳାଫଳ ଘୋଷଣା କରିବାରେ ରୋକ ଲଗେଇଥିବା ସୂଚନା ପ୍ରଦାନ କରିଥିଲେ । ସିଲ ଭୋଟ ବାକ୍ସକୁ ଟ୍ରେଜେରୀରେ ସୁରକ୍ଷିତ ଭାବେ ରଖାଯାଇଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ତାରିଖର ନିଷ୍ପତି ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।୯ଜଣ କାଉନସିଲର ଦୀର୍ଘ ଦିନ ହେଲା ସହର ବାହାରେ ରହି ଏନଏସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ଗତ ୨୫ତାରିଖ ଦିନ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନସ୍ତା ପାଇଁ ଲିଖିତ ପତ୍ର ପ୍ରଦାନ କରିବା ପରେ କନ୍ଧମାଳ ଜିଲ୍ଲାପାଳ ଚଳିତ ମାସ ୬ ତାରିଖ ଦିନ ସମସ୍ତ କାଉନସିଲରମାନଙ୍କୁ ଅନସ୍ତା ନିମନ୍ତେ ୧୮ତାରିଖ ଦିନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ  ସ୍ୱତନ୍ତ୍ର ବୈଠକ ଏବଂ ଆବଶ୍ୟକ ସ୍ଥଳେ ଭୋଟ କରାଯିବ ଏବଂ ସମସ୍ତେ ଉପସ୍ଥିତ ରହିବାକୁ ଚିଠି କରିଥିଲେ । ଚିଠି ପାଇବା ପରେ ଉପାଧ୍ୟକ୍ଷ ଅନସ୍ତା ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଗତକାଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନାସ୍ତା ଭୋଟ ସମସ୍ତ ପ୍ରକ୍ରିୟା ଯଥାରୀତି କରିବା ସହ ଭୋଟ ଗଣତି ଏବଂ ଫଳାଫଳ ଉପରେ ରୋକ ଲଗେଇ ନିର୍ଦେଶ ନାମା ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।ପ୍ରକାଶ ଥାଉକି ଉପାଧ୍ୟକ୍ଷଙ୍କ ହେଉଛନ୍ତି ବିଜେଡି ଦଳର ତାଙ୍କ ବିରୁଦ୍ଧରେ ଅନସ୍ତା ଆଣିଥିବା ୯କାଉନସିଲରଙ୍କ ମଧ୍ୟରୁ ୬ଜଣ ବିଜେଡି ଦଳର । ବିଜେଡିର ଗୋଷ୍ଠୀ କନ୍ଦଳ ଭିତରେ ଏହି ଅନାସ୍ତା ଆସିଥିବା ବେଳେ ଏହି ବିଷୟରେ ବିଜେଡିର ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ନେତା ଜାଣିବା ସତ୍ତ୍ୱେ ଅନାସ୍ତାକୁ ରୋକି ପାରି ନାହାନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି l