ଭଞ୍ଜନଗର(ନିଲୁ ବିଷୋୟୀ): ଓଡ଼ିଶା ଅଣ ଗେଜେଟେଡ୍ ବନସେବା ସଂଘର ଏକ ବୈଠକ କେନ୍ଦ୍ରୀୟ ନର୍ସରୀରେ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ଘୁମୁସର ବନଖଣ୍ଡ ଅଧିନ ବନପାଳ, ବନରକ୍ଷୀମାନେ ଯୋଗ ଦେଇ ସଂଘର ଆଗାମୀ କାର୍ଯ୍ୟପନ୍ଥା ସଂର୍ପକରେ ଆଲୋଚନା କରିଥିଲେ । ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ବନପାଳ ଅନୁପ କୁମାର ବିଷୋୟୀଙ୍କୁ ଚୟନ କରାଯାଇଥିଲା । ସେହିପରି ଉପସଭାପତି ଭାବେ ବନପାଳ ଶରତ ମହାନ୍ତି, ସମ୍ପାଦକ ଭାବେ ବନରକ୍ଷୀ ସୁଶାନ୍ତ ଶେଖର ମିଶ୍ର, ସହ ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ସେଠୀ, ଯୁଗ୍ମ ସମ୍ପାଦକ ଭାବେ ବନପାଳ ମୀତା ପୋଲାଇ ଏବଂ କୋଷାଧ୍ୟକ୍ଷ ଭାବେ ଏ.ଶୁଭସ୍ମିତା ପାତ୍ରଙ୍କୁ ଚୟନ କରାଯାଇଥିଲା । ନୂତନ କମିଟିକୁ ସମସ୍ତ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଦିନରେ ସଂଘର ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ମିଳିମିଶି କାମ କରିବା ନେଇ ଆଲୋଚନା ହୋଇଥିଲା । ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିନରେ କାର୍ଯ୍ୟ କରୁଥିବା ବନପାଳ ବନରକ୍ଷୀମାନେ ଉପସ୍ଥିତ ରହିଥିଲେ ।