ଶବରପଲି ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ….

ଆର.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଶବରପଲି ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା l ଏହି ଶୁଣାଣିରେ ମୋଟ 33 ଗୋଟି ଅଭିଯୋଗ ଆସିଥିବା ବେଳେ 4ଟି ବ୍ୟକ୍ତିଗତ ଅଭିଯୋଗ ଓ 29 ଟି ସାମୁହିକ ଅଭିଯୋଗ ଥିଲା ଏବଂ ଜମିହୀନ ଲୋକଙ୍କୁ 17 ଗୋଟି ପଟ୍ଟା ପ୍ରଦାନ କରାଯାଇଥିଲା l ଗଜପତି ଜିଲ୍ଲାପାଳ ବିଜୟକୁମାର ଦାଶ, ଏସିପି ଜିତେନ୍ଦ୍ର କୁମାର ପଣ୍ଡା, ବିଡ଼ିଓ ଲରିମନ ଖର୍ସଲ ତହସିିଲଦାର ଜ୍ୟୋତିର୍ମୟ ଦାସ, ସଡିପିଓ ଲଳିତା ପୂଜାରୀ ଓ ସମସ୍ତ ବିଭାଗର ଅଧିକାରୀ ଉକ୍ତ ଶୁଣାଣିରେ ଯୋଗ ଦେଇଥିଲେ । ଏହି ଶୁଣାଣିର ମୁଖ୍ୟ ଅଭିଯୋଗ ଗୁଡିକ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ, ଅଂଚଳ ଥିବା ରାସ୍ତା, ପାନୀୟଜଳ, ନେଟୱାର୍କ ସମସ୍ୟା ଇତ୍ୟାଦି l ତେବେ ଏଗୁଡିକର ସମାଧାନ କେବେ ହୋଇ ପାରୁଛି ଦେଖିବାକୁ ବାକି ।