ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ବଡ଼ଦିନ ପାଇଁ ଶାନ୍ତି କମିଟି ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲିଗୁଡା ଏସ.ଡି.ପି.ଓ କମଳ କୁମାର ପଣ୍ଡା, ଦାରିଙ୍ଗବାଡ଼ି ବିଡିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଶରତ ଶବର, ଥାନା ଅଧିକାରୀ ଅଶୋକ କୁମାର ହାଁସଦା ଶସାଙ୍କ ପ୍ରମୁଖ ମଞ୍ଚାସୀନ ଥିଲେ । କିଭଳି ଭାବେ ବଡ଼ଦିନକୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ଏହାକୁ ନେଇ ସବୁ ଧର୍ମର ଲୋକ ଓ ସ୍ଥାନୀୟ ଅଞ୍ଚଳ ବାସୀମାନଙ୍କୁ ନେଇ ବୈଠକ ହୋଇଥିଲା । ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ପାଷ୍ଟର ଆସୋସିଏସନ ସଭାପତି ସୁନୀଲ ପ୍ରଧାନ, ବଣିକ ସଙ୍ଘ ସଭାପତି ଲଡୁ କିଶୋର ସାହୁ, ଉପସଭାପତି ଦିଲୀପ କୁମାର ସାହୁ ଉପସ୍ଥିତ ଥିଲେ l ବଡଦିନ ଦାରିଙ୍ଗବାଡ଼ି ଅଞ୍ଚଳ ପାଇଁ ଏକ ବଡ ପର୍ବ l ଏହା ଏକ ଭାଇଚାରାର ପର୍ବ l ତେଣୁ ସବୁ ସମ୍ପ୍ରଦାୟର ଲୋକେ ମିଳିମିଶି ପାଳନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା l ବଡ଼ ଦିନ ପାଇଁ ସମସ୍ତ ଚର୍ଚ୍ଚରେ ସୁରକ୍ଷା ବ୍ୟବସ୍ଥା ସହିତ ବଡ଼ଦିନ ସମୟରେ ୨୪ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେବା ସହିତ ସୁରକ୍ଷା ବ୍ୟବସ୍ଥା ଓ ଦାରିଙ୍ଗବାଡ଼ି ଅଞ୍ଚଳରେ ବେପରୁଆ ଭାବେ ବାଇକ ଚଳାଉଥିବା ଯୁବକ ଓ ନାବାଳକ ଓ ବଜାରରେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଅଞ୍ଚଳ ବାସୀ ମାନେ ମତ ପ୍ରକାଶ କରିଥିଲେ l ପୁଲିସ ପ୍ରସାସନ ତରଫରୁ ସମସ୍ତ ଚର୍ଚ୍ଚମାନଙ୍କରେ ପୁଲିସ ଫୋର୍ସ ମୃତୟନ କରାଯିବ ।ଆସନ୍ତା କାଲି ୧୭ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ହେବା ନେଇ ସୂଚନା ଦିଆଯାଇ ଥିଲା l ବଡ଼ଦିନକୁ ଶାନ୍ତିପୁର୍ଣ୍ଣ ଭାବରେ ପାଳନ କରିବାକୁ ଅନୁରୋଧ କରାଯାଇଛି ସବୁ ଧର୍ମାବଲମ୍ବୀ ବ୍ୟକ୍ତି ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ l