ଲ୍ଯାମ୍ପ୍ସସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ….

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସହରସ୍ଥ ଲ୍ଯାମ୍ପ୍ସ ପରିସରରେ ଲ୍ଯାମ୍ପ୍ସସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯ ଅତିଥି ଭାବେ ଏସିଏସଓ ସାରଙ୍ଗଧର ବେହେରା, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବ୍ଲକର ଇନିସପେକ୍ଟର ଅଫ୍ ସପ୍ଲାୟରସ୍ ନିକିତା କୁମାର ନାୟକ, ସାନପାଖନା ଗ୍ରାମପଞ୍ଚାୟତ ଭିଏଡ୍ବ୍ଲ ହରିଜନ ଗୋଇପାଇ, ରାଇରଙ୍ଗପୁର ଲ୍ଯାମ୍ପ୍ସ ସଭାପତି ସୁଗୁଦା ମାର୍ଣ୍ଡି ଓ ରାଇରଙ୍ଗପୁର ଲ୍ଯାମ୍ପ୍ସ ମ୍ଯାଜେନିଂ ଡାଇରେକ୍ଟର ଶ୍ରୀମତୀ ଲୋପାମୁଦ୍ରା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ I ଅତିଥିଗଣ ବୁଝାଇଥିଲେ ଯେ , ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ତରଫରୁ ଖରିଫ ଋତୁ ୨୦୨୪-୨୫ ବର୍ଷରେ ଚାଷୀମାନେ ଉତ୍ପାଦିତ ଧାନ ଯେପରି ଉଚିତ ଦରରେ ବିକ୍ରି କରିପାରିବେ I ଚଳିତ ବର୍ଷ ଧାନ ସଂଗ୍ରହ ନିମନ୍ତେ ସରକାର ଗ୍ରହଣ ଉପଯୋଗୀ (ଏଫଏକ୍ଯୁ) ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ଯ ୧- ସାଧାରଣ ଧାନ କ୍ଯୁଣ୍ଟାଲ ଦରରେ ୨୩୦୦ ଟଙ୍କା, ୨- ରାଜ୍ଯ ସରକାରଙ୍କ ସହାୟତା ରାଶି କ୍ଯୁଣ୍ଟାଲ ଦରରେ ୮୦୦ ଟଙ୍କା I ମୋଟ ୩୧୦୦ ଟଙ୍କା ଧାର୍ଯ୍ଯ କରିଛନ୍ତି I ଏହା କେବଳ ଉନ୍ନତ ମାନର ଧାନ ପାଇଁ ପ୍ରଯୁଜ୍ଯ I ଏଥିରେ ସୁସ୍ଥ, ଶୁଖିଲା ଏବଂ ଏକବର୍ଣ୍ଣ ସମାନ ଆକାରର ଧାନ, ସେଥିରେ ମଳିନତା, ପୋକରା, ଦୁର୍ଗନ୍ଧ ଓ ବୈଷମ୍ଯ ଧାନ ନ ଥିବା ଉଚିତ I ବିକ୍ରୟ ଯୋଗ୍ଯ ଧାନକୁ ଅଖାବସ୍ତାରେ ଭର୍ତ୍ତି କରି ନିଦ୍ଧାରିତ ତାରିଖରେ ଧାନମଣ୍ଡିକୁ ଆଣିବେ I ଧାନର ଗୁଣାତ୍ମକମାନ କିଭଳି ହେବା ଉଚିତ ସୂଚନା ଦେଇଥିଲେ I ଏହାପରେ ଧାନର ଗୁଣାତ୍ମକ ମାନ ଉପରେ ନିର୍ଭରଯୋଗ୍ଯ ମାନକ ଯନ୍ତ୍ର ସାହାଯ୍ଯରେ ଚାଷୀମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା I ଉକ୍ତ ସଭାରେ ରାଇରଙ୍ଗପୁର ବ୍ଲକର ଏସଓଏଲପିସି ମେମ୍ବରସ୍, ପିଆରଆଇ ମେମ୍ବରସ୍ ଓ ଲିଡିଂ ଚାଷୀଗଣ ବହୁ ସଖ୍ଯାରେ ଯୋଗ ଦେଇଥିଲେ I ଯାହା ଦ୍ବାରା ଚାଷୀମାନେ ଧାନର ଗୁଣାତ୍ମକ ମାନ, କ୍ଯୁଣ୍ଟାଲ ପ୍ରତିଦର ଓ ମାନକ ଯନ୍ତ୍ରରେ ଏହାର ମୂଲ୍ଯ ନିିର୍ଦ୍ଧାରଣ ଉପରେ ଅବଗତ ହୋଇପାରିଥିଲେ I