ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଜଙ୍ଗଲ ଅଧିକାର, ଜୀବନ ଜୀବିକା ଓ ସୁ ଶାସନ ପ୍ରକଳ୍ପ ଜଙ୍ଗଲ ଅଧିକାର ଓ ସୁଶାସନ ସମ୍ବନ୍ଧୀୟ ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଜାଗୃତି ସଭା ଗୃହ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଅଜିମ ପ୍ରେମଜି ଫାଉଣ୍ଡେସନର ସହାୟତାରେ ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜନବିକାଶ ପ୍ରୋଗ୍ରାମ କଡିନେଟର ଅରୁଣ କୁମାର ନାୟକ, ପ୍ରଧାନ ଅନୁଷ୍ଠାନର ଟିମ୍ ଲିଡର ଶିଶିର କୁମାର ସାହୁ, ଜାଗୃତି ପ୍ରଶାସକ ରତିକାନ୍ତ ପଟ୍ଟନାୟକ ପ୍ରକଳ୍ପ ପରିଚାଳକ ସଦାନନ୍ଦ ସିଂ ଟେକ୍ନିକାଲ ଏକ୍ସ ପର୍ଟ ଧନେଶ୍ଵର ସାହୁ ଉତ୍ପାଦକ ମହାସଂଘ୍ ସଭାପତି ସରସ୍ପତି ପ୍ରଧାନ ପ୍ରମୁଖ ମଞ୍ଚାସିନ କରିଥିଲେ । ଜଙ୍ଗଲ ହେଉଛି ଆଦିବାସୀଙ୍କ ଅଧିକାର, ଜଙ୍ଗଲରେ ଚାଷ ଜମି ଉତ୍ପନ କରି ସେଠାରେ ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ଅଧିବାସୀଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ୨୦୦୫ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହୋଇଛି l ତାହା ଆଜ ସୁଦ୍ଧା ସମ୍ପୂର୍ଣ ଫଳପ୍ରଦ ହୋଇ ପାରି ନାହିଁ l ଅନ୍ୟ ପକ୍ଷରେ ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଥିବା ଅଧିବାସୀ ଲଘୁ ବନ୍ୟଜାତ ଦ୍ରବ୍ୟ ଯଥା ମହୁଲ, ଖଲିପତ୍ର, ମହୁ ଝୁଣା ଲାଖ ହରିଡ଼ା ବାହାଡ଼ା ଅଁଳା ଫୁଲ ଝାଡ଼ୁ ଆଦି ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧୀୟ ଫଳ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରି ଜୀବନ ଜୀବିକା ନିର୍ବାହ କରୁଥିଲେନ l କାଳକ୍ରମେ ଦିନକୁ ଦିନ ଜଙ୍ଗଲ କ୍ଷୟ ପାଉଥିବାରୁ ଏସବୁ ଦ୍ରବ୍ୟ ମିଳିବାରେ ଅସୁବିଧା ହେବା ସାଙ୍ଗକୁ ଯାହାବି ବନ୍ୟ ଜାତ ଦ୍ରବ୍ୟ ମିଳୁଛି ତାହାର ଚାହିଦା ବଜାର ଦର ହ୍ରାସ ପାଉଛି । ଏଣୁ ଲଘୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପ୍ରତି ଅଧିବାସୀ ମାନଙ୍କ ମନୋବଳ ମଉଳି ଯାଉଛି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜଗୃତି ଅନୁଷ୍ଠାନ ପକ୍ଷରୁ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ତିନି ଗୋଟି ପଞ୍ଚାୟତ ବାଡ଼ାବାଙ୍ଗା , ସନପୁର ଓ ଦନେକ ବାଡ଼ି ପଞ୍ଚାୟତରେ ଉତ୍ପାଦକ ମହସଂଘ ଗଠନ କରି ବିଭିନ୍ନ ଲଘୁ ବନ୍ୟ ଜାତ ଦ୍ରବ୍ୟ ଗୁଡ଼ିକ ସଂଗ୍ରହ କରି ତାର ବଜାରି କରଣ କରିବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି। ଜଙ୍ଗଲ ନଷ୍ଟ ନ କରି ପ୍ରକୃତିର ଦାନକୁ ଉଚିତ୍ ଭାବରେ ବ୍ଯବହାର କରିବାକୁ ଶିକ୍ଷା ଦେବା ସହ ବିଭିନ୍ନ କାର୍ଯ୍ୟ ପନ୍ଥା ହାତକୁ ନେଇଛି । ଏହି ଅବସରରେ ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜରୀଆରେ ଆଦିବାସୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଓ ସେମାନଙ୍କ ଅଧିକାର ଜଙ୍ଗଲ ଜମି ପ୍ରଦାନ କରାଯିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା କହିଛନ୍ତି ।
ଯୋଗଦେଇଥିବା ଅଧିବାସୀମାନେ ଏହି ସଂସ୍ଥା ସହ ଯୋଡ଼ି ହେବା ପରେ କଣ ସବୁ ସୁବିଧା ପାଇଛନ୍ତି ଓ କିପରି ଲାଭବାନ ହୋଇ ପାରିଛନ୍ତି ସେ ସବୁର ଅନୁଭୂତିକୁ ବଖାଣି ଥିଲେ । ଆଗାମୀ ଦିନରେ ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଗୁରୁତ୍ବ ଦେବେ ବୋଲି ମତ ପ୍ରକାଶ କରିଥିଲେ ।