ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ହାଟପଦା ଆଇଟିଡିଏ କମ୍ୟୁନିଟି ହଲ୍ ଠାରେ କିମ୍ସ ହସ୍ପିଟାଲ ଶ୍ରୀକାକୁଲମ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ସରପଞ୍ଚ ପିତମନି ରଇତ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । କିମସ୍ ହସ୍ପିଟାଲର ମେଡ଼ିସିନ ବିଶେଷଜ୍ଞ ଡ଼ଃ ରମନାଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିଥିଲେ । ପ୍ରାୟ 75 ଜଣ ରୋଗୀ ଏଥିରେ ଯୋଗ ଦେଇ ଏହାର ସୁବିଧା ସୁଯୋଗ ପାଇଛନ୍ତି । ମେଡ଼ିସିନ ବିଶେଷଜ୍ଞଙ୍କ ସହ ଇକୋ(ହାର୍ଟ), ଇସିଜି, ରକ୍ତଚାପ, ଡାଇବେଟିସ ପରୀକ୍ଷା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ରତ୍ନାଲା ଲୋକେଶ ଏହି ସ୍ବାସ୍ଥ୍ୟ ସେବା ଶିବିର ପରିଚାଳନା କରିଥିଲେ । ପ୍ରିତମ ପାଲ୍, ଅଜୟ ବଡ ନାୟକ, ସାଲାତିଏଲ କାର୍ଜି, ମୋଜେସ ଶବର, ସମ୍ଭ୍ରମ ପାଣି, ନହୋସନ୍ ଲିମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।