ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ଡ଼ହ ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣକ ହେଲେ ବଡ଼କୋଦଣ୍ଡା ପଞ୍ଚାୟତର ଦଣ୍ଡିପଦର ଗ୍ରାମର କବି ବେହେରାଙ୍କ ଶିବ ବେହେରା(୩୫) । ସୂଚନା ଅନୁଯାୟୀ ଶିବ ମିସ୍ତ୍ରୀ କାମ କରୁଥିବା ବେଳେ ଭଞ୍ଜନଗରରେ କାମ ସାରି ଗାଁକୁ ଫେରୁଥିବା ବେଳେ ଲେପର୍ସି କଲୋନୀ ନିକଟରେ ଚାଲିଥିବା ରାସ୍ତା କାମରେ ଲାଗିଥିବା ଏକ ହିଟାଚି ସହ ଧକ୍କା ହୋଇଥିଲା । ଶିବ ଏଥିରେ ଗୁରୁତର ହୋଇପଡ଼ିବା ଯୋଗୁ ତୁରନ୍ତ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଶିବକୁ ମୃତ ଘୋଷଣା କରିଥିଲେ । ମୃତକର ବାପା କବି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।