ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ୨୦୨୪ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ.ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୁଲ ରବି କୁମାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୂଖ୍ୟଅତିଥୀ ଭାବେ ରା ଉଦୟଗିରି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳ, ମୂଖ୍ୟବକ୍ତାଭାବେ ବରିଷ୍ଠ କୃଷି ବୈଜ୍ଞାନିକ ଡଃ.ସଞ୍ଜୀବ କୁମାର ମାଣ୍ଡି, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାଧୁଚରଣ ଦଣ୍ଡସେନା, ଛେଳିଗଡ ପ୍ରଧାନ ଶିକ୍ଷକ ବନମାଳୀ ବଡରଇତ, ମହେନ୍ଦ୍ରଗଡ ପ୍ରଧାନ ଶିକ୍ଷକ ଲୋକନାଥ ନାହାକ, ରଣ୍ଡିବା ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, ଟିକାମାଳ ପ୍ରଧାନ ଶିକ୍ଷକ ଅଭୟ କୁମାର ଦାସ ଯୋଗଦାନ କରିଥିଲେ । ବିଚାରକ ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଏବଂ ବରିଷ୍ଠ କୃଷି ବୈଜ୍ଞାନିକ ଡ.ସଞ୍ଜୀବ କୁମାର ମାଣ୍ଡି ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରିଥିବା ସହ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲାର ୭ଟି ବ୍ଲକରୁ ବିଭିନ୍ନ ବିଭାଗରେ ମୋଟ ୪୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଭାଗରେ ସଫଳତା ଲାଭ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ବଣ୍ଟନ କରାଯାଇଥିଲା । କୃତୀ ଛାତ୍ରଛାତ୍ରୀମାନେ ଆସନ୍ତା ୨୦ ତାରିଖରେ ହେବାକୁଥିବା ରାଜ୍ୟସ୍ତରୀୟ ବାଲ ବିଜ୍ଞାନ ମେଳାରେ ଜିଲ୍ଲା ପକ୍ଷରୁ ପ୍ରତିଯୋଗୀତା କରିବେ। ଏହି ଅବସରରେ ନିରୀକ୍ଷକ ବିନୋଦ ଚନ୍ଦ୍ର ଜେନାଙ୍କ ଲିଖିତ ବିଜ୍ଞାନ ସମ୍ପର୍କିତ ପୁସ୍ତକର ମଧ୍ୟ ଶୁଭ ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପରିଚାଳନା କରିଥିଲାବେଳେ ଯୁଧିଷ୍ଠିର ପାଇକ ଏବଂ ପ୍ରହଲ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବାଜିରାଉତ ଯୁବକସଂଘର ଯୁବଗୋଷ୍ଠୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।