ବରିକିଆ ଠାରେ ରିନ୍ଦ ମାଝୀ ସହିଦ ଦିବସ ପାଳନ ପାଇଁ ସଜବାଜ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ମାଟିରେ କନ୍ଧ ବିପ୍ଳବର ଏକ ରକ୍ତ ରଞ୍ଜିତ ରୋମାଞ୍ଚକର ଇତିହାସ ରହିଅଛି l ଖ୍ରୀ.ଅ 1836ରେ କୁର୍ମିଙ୍ଗିଆ ଘୁ.ଉଦୟଗିରୀ ଗାଁରେ ବାଙ୍ଗୁ ମଲିକ ଓ ସାଥି ଖ୍ରୀ.ଅ 1845ରେ ବଡ଼ ଗାଁ ପାତାଲ ପାଙ୍ଗା ବାଲିଗୁଡ଼ାର ବୟା ମଲିକ ଏବଂ ଖ୍ରୀ.ଅ 1850 ପରବର୍ତ୍ତୀ ସମୟରେ ବରିକିଆର ରିନ୍ଦ ମାଝୀଙ୍କ ବିପ୍ଳବ ତନ୍ମମଧ୍ୟରୁ ଖୁବ କମ ଲୋକେ ଜାଣନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତ ବରିକିଆ ଗ୍ରାମ ହେଲା ସହିଦ ବୀର ରିନ୍ଦ ମାଝୀଙ୍କ ଜନ୍ମ ସ୍ଥାନ l ତାହାଙ୍କ ବାପାଙ୍କ ନାମ ରିଡ଼ିଙ୍ଗା ମାଝୀ ଓ ଜେଜେ ବାପା ବୁଡ଼ାସା ମାଝୀ l ବୁଡ଼ାସା ମାଝୀ ବକେରିକିଆ ଅଞ୍ଚଳର କନ୍ଧ ମୁଠା ମୁଖ୍ୟ ଥିଲେ ଓ ତାଙ୍କର ପାଟଣା ରାଜ ପରିବାର ସହିତ ସମ୍ପର୍କ ଥିଲା l ରିନ୍ଦ ମାଝୀଙ୍କ ମାଂ ବକେରୀ ଥିଲେ ଲୁବେନଗଡ଼ର ଝିଅ l ଲୁବେନଗଡ଼ କଳାହାଣ୍ଡି ଗାଁର ବକେରୀକିଆ ମୁଠା ଭିତରେ ଯାଉଥିବା ହେତୁ ତାଙ୍କୁ ଶାଶୁ ଘର ଗାଁ ବରିକିଆରେ ବକେରୀ ବୋଲି ନାମ ଦେଇଥିଲେ l ତାହା ଜାଣିବାକୁ ମିଳିଛି ବିବାହର ବହୁତ ବର୍ଷ ଧରି ରିଡିଙ୍ଗା ଆଉ ବକେରୀଙ୍କ କୌଣସି ପିଲା ଛୁଆ ହେଲା ନାହିଁ l ସେଥିପାଇଁ ସେମାନେ ନିଜ ଆରାଧ୍ୟ୍ୟ ଦେବତା ରିନ୍ଦା ୱାଲୀଙ୍କ ଠାରେ ପୁତ୍ର ପ୍ରାପ୍ତିର କାମନା କରି ପୂଜା ଉପବାସ କରିବା ଆରମ୍ଭ କରିଥିଲେ l ଶେଷରେ ରିନ୍ଦା ୱାଲୀ ଦେବତାଙ୍କ ଆଶୀର୍ବାଦରୁ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇ ଥିଲା l ତାହାଙ୍କ ନାମ ରିନ୍ଦ ମାଝୀ ରଖିଥିଲେ l ବରିକିଆ ଗ୍ରାମର ପଶ୍ଚିମ ଦିଗକୁ ପ୍ରାୟ ଦେଢ଼ କିମି ଦୂରରେ ଗୋଟିଏ ପାହାଡ଼ ବକ୍ଷରେ ରିନ୍ଦାୱାଲୀ ଦେବତାଙ୍କ ପୂଜା ପାଠ ପାଇଁ ଅବସ୍ଥିତ ସାତ ଗୋଟି ବିରାଟ କାୟ ପଥର ଥାକ ମାରିଲା ପରି ଥୁଆ ହୋଇ ଥିବା ହେତୁ ଏହାର ନାମ ଲୋକେ ରିନ୍ଦା ୱାଲୀ କହିଥାନ୍ତି l ଏଣୁ ଡିସେମ୍ବର ତା 10/12/2024ରେ ସହିଦ ରିନ୍ଦ ମାଝୀଙ୍କ ସହିଦ ଦିବସ ରୂପେ ପାଳନ କରିବା ସହ ଆଦିବାସୀ ନେତା ସହିଦ ରିନ୍ଦ ମାଝୀଙ୍କ ଇତିହାସକୁ ସ୍ମରଣ କରିବା ପାଇଁ ପ୍ରତ୍ୟକ ବର୍ଷ ମିଡ଼ିଆ କିଆ ପଞ୍ଚାୟତ ବରିକିଆ ଠାରେ ସହିଦ ଦିବସ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି l