ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୮ ଛାତ୍ରଛାତ୍ରୀ ଅସୁସ୍ଥ, ୮ ଗୁରୁତର…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା l ମଧ୍ୟାହ୍ନ ଭୋଜନ ଖାଇ ପ୍ରଥମେ ୨୭ ଓ ପରେ ୩୮ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଥିବା ବେଳେ ୮ଗୁରୁତରଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଶନିବାର ଦିନ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆ ଯାଇଥିଲା l ବିଦ୍ୟାଳୟର ୨୬୨ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ଥିଲା l ସମସ୍ତେ ମଧ୍ୟାହ୍ନ ଭୋଜନ ଖାଇ ଥିଲେ କିନ୍ତୁ କୌଣସି କାରଣରୁ ସେହି ମଧ୍ୟାହ୍ନ ଭୋଜନ ଖାଇବା ପରେ ପ୍ରାୟ ୩୮ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ l ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଜାଣିବା ପରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ l ଚିକିତ୍ସା ପରେ ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ହେଲେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଧିରେଧିରେ ଅସୁସ୍ଥ ହେଉଥିବାରୁ ବର୍ତ୍ତମାନ ଯାଏ ସଂଖ୍ୟା ୩୮ରେ ପହଞ୍ଚିଛି । ଯାହା ଛାତ୍ରଛାତ୍ରୀଙ୍କ ସୂଚନା ଯେ ଖାଦ୍ୟ ଖାଇଲା ବେଳେ ଖାଦ୍ୟ ଖଟା ଲାଗୁଥିଲା ଏବଂ ଖାଦ୍ୟ ବାସିଥିବା କହିଛନ୍ତି ଛାତ୍ରଛାତ୍ରୀ ।
ମଧ୍ୟାହ୍ନ ଭୋଜନର ଦାୟିତ୍ଵ ନିର୍ବାହ କରୁଛନ୍ତି ଏକ ମହିଳା ସ୍ୱୟଂ ସହାୟିକା ଦଳ l କେଉଁ କାରଣରୁ ଏହିଭଳି ଘଟିଲା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ବିଦେଶୀ ନାୟକ । ଘଟଣା ଘଟିବା ପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଖାଦ୍ୟ ମାନ ଯାଞ୍ଚ କରିବା ପାଇଁ ନମୁନା ସଂଗ୍ରହ କରିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଲରେ ଭର୍ତ୍ତି କରାଯାଇ ଥିବା ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଇନ ଚାର୍ଜ ଡାକ୍ତର ଯାକେସ ସାମନ୍ତ ରାୟ ।